Odia News Portal

ଆଜି ରିଲିଜ୍‌ ହେବ ‘ନିମକି’

ଭୁବନେଶ୍ବର: ଆଜି ସାରା ଓଡିଶାରେ ମୁକ୍ତିଲାଭ କରିବ ସିନେମା ନିମକି … ନିମ୍‌ପୁରରୁ ନବୀନ ନିବାସ।…ସିନେମାର ଲେଖକ ଓ ନିର୍ଦ୍ଦେଶକ ସୁଶାନ୍ତ ମଣି। ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ ଓ ଡାଇଲଗ ଲେଖିଛନ୍ତି ଦିଲ୍ଲୀପ ଚୌଧୁରୀ। ଗାଁରୁ ଗୋଟିଏ ଝିଅର ରାଜଧାନୀ ପର୍ଯ୍ୟନ୍ତ ଯାତ୍ରାର କାହାଣୀ ରହିଛି ଏହି ସିନେମାରେ। ଫିଲ୍ମର ପ୍ରିମିୟର ସୋ’ ରେ ଯୋଗ ଦେବେ ବଲିଉଡ୍‌ ଅଭିନେତ୍ରୀ ଜୟା ବଚ୍ଚନ। ଭିନ୍ନ ଏକ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ।