Odia News Portal

ହିମେଶଙ୍କ ପରେ ଉଦିତ୍ ନାରାୟଣଙ୍କ ସହ ରାନୁ ମଣ୍ଡଳଙ୍କ ଗୀତ ହେଲା ରେକର୍ଡ

ମୁମ୍ବାଇ : ସୋସିଆଲ ମିଡ଼ିଆର ରାଣୀ ରାନୁ ମଣ୍ଡଳଙ୍କ ଗୀତରେ ଏବେ ସବୁ ଦିଓ୍ବାନ ହୋଇଯାଇଛନ୍ତି। ତାଙ୍କର ମଧୁର କଣ୍ଠ ଲାଗି ସେ ସଫଳତା ପାଇଛନ୍ତି। ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳ ଆଜି ଗୋଟେ ପରେ ଗୋଟେ ସଫଳତାର ପାହାଚ ଅତିକ୍ରମ କରି ଚାଲିଛନ୍ତି। ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦେଶକ ହିମେଶ ରଶମିୟାଙ୍କ ସହ ରାନୁ ଗୀତ ଗାଇ ସାରିଲେଣି।

ଏବେ ରାନୁ ନିଜ ପ୍ରଶଂସକଙ୍କ ଲାଗି ଏକ ନୂଆ ଗୀତ କେହ ରହି ହେ ନଜଦିକୀୟା କୁ ନେଇ ଆସୁଛନ୍ତି। ଏହି ଗୀତରେ ବଲିଡର ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ୍ ନାରାୟଣ ଓ ହିମେଶ ରଶମିୟା ରାନୁ ମଣ୍ଡଳଙ୍କ ସହ ଗୀତ ଗାଇଛନ୍ତି।

ରାନୁ ମଣ୍ଡଳଙ୍କ ଗୀତ ଗାଉଥିବାର ଭିଡ଼ିଓକୁ  ହିମେଶ ନିଜ ଅଫିସିଆଲି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଭିଡ଼ିଓରେ ରାନୁଙ୍କ ସହ ଉଦିତ ନାରାୟଣ ଗୀତ ଗାଉଥିବାର ଦୃଶ୍ୟ ମଧ୍ୟ ରହିଛି। ରାନୁଙ୍କ ଏହି ଭିଡ଼ିଓକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଏମିତି କି ହିମେଶଙ୍କ ଇନଷ୍ଟାଗ୍ରାମରେ ୟୁଜର୍ସ ରାନୁଙ୍କୁ ତାରିଫ କରିଛନ୍ତି। ରାନୁ ମଣ୍ଡଳଙ୍କୁ ହିମେଶ ଗୀତ ଗାଇବା ଲାଗି ସୁଯୋଗ ଦେଇଥିବାର ୟୁଜର୍ସ ତାଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।