ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ବିବାହକୁ ୨୦ ବର୍ଷ ପୂରଣ ହୋଇଛି। ଏହି ଅବସରକୁ ସ୍ମରଣୀୟ କରିବା ଲାଗି ମଧୁରୀ ତାଙ୍କର ୨୦ ତମ ବିବାହ ବାର୍ଷିକ ଅବସରରେ ସ୍ୱାମୀ ରାମ ନେନେଙ୍କ ସହ ରୋମାଣ୍ଟିକ୍ ସେଲଫି ନେଇଛନ୍ତି। ରାମ୍ ଓ ମାଧୁରୀଙ୍କ ଏହି ରୋମାଣ୍ଟିକ୍ ସେଲଫି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ରାମ୍ଙ୍କୁ ମାଧୁରୀ କିସ୍ କରୁଥିବାର ଦୃଶ୍ୟ ଏହି ସେଲଫିରେ ରହିଛି। ରାମ ଓ ମାଧୁରୀଙ୍କ ଫଟୋ ଦେଖିଲେ ଜଣାପଡୁଛି ଫଟୋ କେଉଁ ବାହାର ଦେଶରେ କ୍ଲିକ୍ ହୋଇଛି। ତେବେ ମାଧୁରୀ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଲେଖିଛନ୍ତି ‘ଜନ୍ମ ଜନ୍ମର ସାଥୀ, ୨୦ତମ ବିବାହ ବାର୍ଷିକ’’। ଏହି ଫୋଟରେ ମାଧୁରୀ ଓ ରାମ୍ ବହୁତ ଖୁସି ଥିଲାଭଳି ନଜର ଆସିଛନ୍ତି।
ମାଧୁରୀଙ୍କ ସ୍ୱାମୀ ପେଷାରେ ଜଣେ ଡାକ୍ତର ଓ ସେ ହଟଚମଟରୁ ବେଶ ଦୂରରେ ରହନ୍ତି। ତେବେ କେବେ କେବେ ଫିଲ୍ମ ପୁରସ୍କାର ଉତ୍ସବମାନଙ୍କରେ ମାଧୁରୀଙ୍କ ସହ ଦେଖିବାକୁ ମିଳିଥାନ୍ତି। ୧୯୯୯ ମସିହା ଅକ୍ଟୋବର ୧୭ ତାରିଖରେ ମାଧୁରୀ ରାମ ନେନେଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ପୁଅ ଅରିନ୍ ଓ ରାୟନ ଅଛନ୍ତି। ନିକଟରେ ଏକ ନୃତ୍ୟ କାର୍ଯ୍ୟକ୍ରମରେ ମାଧୁରୀ ଦେଖାଯାଇଥିଲା । ଫିଲ୍ମ ‘କଲଙ୍କ’ରେ ବି ମାଧୁରୀ ଅଭିନୟ କରିଥିଲେ। ତେବେ ବକ୍ସ ଅଫିସ୍ରେ ଫିଲ୍ମ ଏତେ କାରବାର କରିପାରିନାହିଁ। ହେଲେ ଫିଲ୍ମ ଖୁବ୍ ଚର୍ଚ୍ଚା ସାଉଣ୍ଟି ଥିଲା । ‘କଲଙ୍କ’ ରେ ମାଧୁରୀ ଓ ସଞ୍ଜୟ ଦତ୍ତ ଏକାଠି ସ୍କ୍ରିନ ଶେୟାର କରିଥିବାରୁ ମାଧୁରୀଙ୍କୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହୋଇଥିଲା।
