Odia News Portal

ଧମାଲ୍‌ ମଚେଇଲେ ବଲିଉଡ୍‌ ସିଙ୍ଗର ଶଙ୍କର-ଏହସାନ୍‌-ଲଏ

ଭୁବନେଶ୍ୱର: ସରିଲା ଭୁବନେଶ୍ୱର ଡଟ୍‌ ଫେଷ୍ଟ । ଶେଷ ସନ୍ଧ୍ୟାରେ ଧମାଲ ମଚେଇଲେ ବଲିଉଡ୍‌ ସଙ୍ଗୀତଜ୍ଞ ଯୋଡ଼ି ଶଙ୍କର-ଏହସାନ୍‌-ଲୟ । ଶଙ୍କର ମହାଦେବନ୍‌ଙ୍କ ଗୋଟିଏ ପରେ ଗୋଟିଏ ଜବରଦସ୍ତ ହିଟ୍‌ରେ ଲୋକଙ୍କୁ ଆନମନା କରାଇଥିଲେ । ଶୀତୁଆ ସନ୍ଧ୍ୟାରେ ଉଷୁମ ହୋଇଥିଲା ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆ । ଏହି ତିନି ଜଣଙ୍କର ସଙ୍ଗୀତ ମୁର୍ଚ୍ଛନାରେ ଝୁମିଥିଲେ ରାଜଧାନୀବାସୀ । ଶଙ୍କର ମହାଦେବନ୍‌ ଗୋଟିଏ ପରେ ଗୋଟିଏ ବଲିଉଡ ସଂଙ୍ଗୀତ ପରିବେଷଣ କରିଥିଲେ । ରାଜି, ତାରେ ଜମିନ୍‌ ପର, ସୁନୋ ଗୋରସେ ଦୁନିଆ ବାଲୋ ଆଦି ଗୀତରେ ଝୁମିଥିଲେ ଦର୍ଶକ । ରଙ୍ଗବତୀ ଗୀତ ବି ଗାଇଥିଲେ । ନାଚି ନଚେଇଥିଲେ ଦର୍ଶକଙ୍କୁ । ଡଟ୍‌ ଫେଷ୍ଟର ଶେଷ ଦିନରେ ଶଙ୍କର-ଏହସାନ୍‌-ଲୟଙ୍କ ଷ୍ଟାର ମ୍ୟୁଜିକ ନାଇଟ୍‌ରେ ମତୁଆଲା ହୋଇଥିଲେ ଦର୍ଶକ । ବିଡିଏ ଏବଂ ଓଡିଶା ଟୁରିଜିମ୍‌ ପକ୍‌,ରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଥିଲା ଡଟ୍‌ ଫେଷ୍ଟ ।