Odia News Portal

ଅଶାଳୀନତା ଯୋଗୁଁ ବନ୍ଦ ହୋଇପାରେ ଏହି ରିୟାଲିଟି ଶୋ’

ମୁମ୍ବାଇ() ରିୟାଲିଟି ଶୋ’ ବିଗବସ୍ -୧୩ ର ସମସ୍ୟା ବଢୁଥିବା ନଜର ଆସୁଛି । ନିକଟରେ ଏହି ଶୋ’ଉପରେ ରୋକ୍ ଲଗାଇବା ପାଇଁ କଥା ଉଠିଥିଲା । କ୍ୟାଟ୍ (Confederation Of All India Traders) ପକ୍ଷରୁ ଆଜି କେନ୍ଦ୍ରୀୟ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଡକରଙ୍କୁ ଏକ ପତ୍ର ପଠାଯାଇଛି । ଯେଉଁଥିରେ କଲର୍ସ ଚ୍ୟାନେଲରେ ପ୍ରସାରଣ ହେଉଥିବା ଲୋକପ୍ରିୟ ଟିଭି ଶୋ’ ବିଗବସ୍ -୧୩ କୁ ତୁରନ୍ତ ବନ୍ଦ କରିବାକୁ କୁହାଯାଇଛି ।

ସୂଚନା ଅନୁସାରେ ଲୋକପ୍ରିୟ ରିୟଲିଟି ସୋ ବିଗ ବସ୍ ସିଜିନ୍ ୧୩ ବନ୍ଦ କରିବା ପାଇଁ ସୋସିଆଲ ମିଡିଆରେ ୟୁଜର୍ସ ଦାବି କରିଛନ୍ତି। ବିଗ ବସ୍ ସୋ ରେ ପୁଅ ଓ ଝିଅ ପରସ୍ପର ସେମାନଙ୍କ ବେଡ୍ ଶେୟାର କରିବା ଯୋଗୁଁ ୟୁଜର୍ସ ସୋସିଆଲ ମିଡିଆରେ ଏଭଳି ଦାବି କରିଛନ୍ତି। ୟୁଜର୍ସ ହ୍ୟାଚ୍ ଟ୍ୟାଗ ଦେଇ #Boycott_BigBossଓ#UnsubscribeColoursTV ଲେଖିବା ଆରମ୍ଭ କରି ଦେଇଛନ୍ତି। ଜଣେ ୟୁଜର୍ସ ସଲମାନ ଖାନଙ୍କ ଫଟୋ ଉପରେ କ୍ରସ ଚିହ୍ନ ମାରି ବିଗ ବସ୍କୁ ବ୍ୟାନ କରିବାକୁ ଦାବି କରିଛନ୍ତି।