Odia News Portal

ଏହି ଅଭିନେତ୍ରୀ ୯ ବର୍ଷ ଲିଭ୍ଇନ୍ରେ ରହିବା ପରେ ବାହା ହେଲେ ଆଉ ଜଣଙ୍କୁ

ମୁମ୍ବାଇ() ଅଭିନେତ୍ରୀ ବିପାଶା ବସୁ ବହୁ ଫିଲ୍ମରେ ନିଜର ଅଭିନୟ ଦକ୍ଷତା ପ୍ରତିପାଦିତ କରି ବେଶ୍ ଚର୍ଚ୍ଚାରେ ରହିଥିଲେ। ୨୦୦୩ରେ ଜିସ୍ମ୍ ଫିଲ୍ମରେ ଜନ୍ ଆବ୍ରାହମ୍ଙ୍କ ସହିତ ବିପାଶଙ୍କର କ୍ଲୋଜ୍ ଅପ୍ ସିନ୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା।

ରିଲ୍ ଲାଇଫ୍ ପରି ରିୟଲ ଲାଇଫ୍ରେ ମଧ୍ୟ ସେମାନଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ ହୋଇଥିଲା। ୯ ବର୍ଷ ଧରି ଉଭୟ ଲିଭ୍ଇନ୍ରେ ରହିଥିଲେ। ପରେ ଦୁହିଁଙ୍କ ମଧ୍ୟରେ ମତଭେଦ ଯୋଗୁ ସମ୍ପର୍କରେ ଭାଙ୍ଗି ଯାଇଥିଲା ।

ଏହାପରେ ବିପାଶା ୨୦୧୬ରେ କରନ ସିଂ ଗ୍ରୋଭରଙ୍କୁ ବିବାହ କରିଥିଲେ। ବିବାହ ପରେ ବିପାଶା ଫିଲ୍ମ ଦୁନିଆଠାରୁ ପ୍ରାୟ ଦୂରେଇ ଯାଇଛନ୍ତି।