ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି ଅନେକ କଳାକାର ଅଛନ୍ତି ଯିଏ ଲିଂଗ ପରିବର୍ତ୍ତନ କରାଇଛନ୍ତି। ଲିଂଗ ବଦଳାଇ ରାତା ରାତି ସେମାନେ ସଫଳତା ମଧ୍ୟ ହାସଲ କରିଛନ୍ତି। ତେବେ ଏହି ୫ ଜଣ ଫିଲ୍ମ ଷ୍ଟାରଙ୍କ ବିଷୟରେ ଜାଣନ୍ତୁ ଯିଏ ପ୍ରଥମେ ପୁରୁଷ ଥିଲେ ଓ ନାରୀ ହୋଇ ବେଶ ଲୋକପ୍ରିୟତା ଲାଭ କରିଛନ୍ତି।
ବବି ଡାର୍ଲିଙ୍ଗ- ବବି ଜଣେ ସଫଳ ମଡେଲ ଓ ଅଭିନେତ୍ରୀ କିନ୍ତୁ ବବି ପ୍ରଥମେ ଜଣେ ପୁରୁଷ ଥିଲେ ତାହା ଅଧିକାଂଶ ଜାଣିନାହାନ୍ତି। ପାଖାପାଖି ୧୦ ବର୍ଷ ଯାଏଁ ସେ ଜଣେ ପୁ୍ଅ ହୋଇ ବଞ୍ଚିଲେ ତାପରେ ତାଙ୍କ ବ୍ୟବହାରରେ ବହୁତ ପରିବର୍ତ୍ତନ ଆସିଲା। ଫଳରେ ବବି ଡାର୍ଲିଗଂ ୨୦୧୦ ମସିହାରେ ଲିଂଗ ପରିବର୍ତ୍ତନ କରାଇଥିଲେ।
ଗଜଲ ଧାଲିୱାଲ- ଲିପ୍ଷ୍ଟିକ୍ ଅଣ୍ଡର ମାଇଁ ବୁର୍ଖା, କରିବ କରିବ ସିଂଗଲ୍ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ପିଲାବେଳେ ଗଜଲ ଧାଲିୱାଲଙ୍କ ଡାକ ନା ଗୁଜରାନ ଥିଲା। ପରବର୍ତ୍ତି ସମୟରେ ତାଙ୍କର ଅପରେଶନ ହୋଇଥିଲା ଓ ସେ ଝିଅରେ ରୂପାନ୍ତରିତ ହୋଇଥିଲେ।
ଶିନାତା ସାଂଘା- ଶିନାତା ସାଂଘା ଅନେକ ଫେମସ ମ୍ୟାଗାଜିନ୍ କଭରରେ ନଜର ଆସନ୍ତି।ସେ ମଧ୍ୟ ନିଜର ଲିଂଗ ପରିବର୍ତ୍ତନ କରାଇଛନ୍ତି।
ଗୌରୀ- ଗୌରୀଙ୍କ ଜନ୍ମ ମଧ୍ୟ ଜଣେ ପୁରୁଷ ରୂପରେ ହୋଇଥିଲା।ପରିବାର ତାଙ୍କ ନାଁ ଗୌରବ ଅରୋଡା ରଖିଥିଲା।କିନ୍ତୁ କିଛି ବର୍ଷ ପରେ ସେ ସର୍ଜରି କରାଇ ଗୌରବରୁ ଗୌରୀ ହୋଇଥିଲେ।
ନିକ୍କି ଚାୱଲା- ମଡେଲିଂ ଜଗତରେ ଖୁବ୍ ଚର୍ଚ୍ଚାରେ ରୁହନ୍ତି ନିକ୍କି।ନିକ୍କି ଚାୱଲା ଜନ୍ମରୁ ପୁରୁଷ ଥିଲେ। କିନ୍ତୁ ସର୍ଜରି କରାଇ ସେ ପୁରୁଷରୁ ନାରୀ ହୋଇଥିଲେ।