Odia News Portal

ସଂସଦକୁ ମହିଳା ସାଂସଦ ଏମିତି ଲୋ-କଟ ଡ୍ରେସ ପିନ୍ଧି ଆସିଲେ, ଲୋକେ କଣ କହିଲେ ପଢନ୍ତୁ

ବ୍ରାଜିଲର ଜଣେ ନେତ୍ରୀ ତଥା ସାଂସଦ ପିନ୍ଧିଥିବା ଡ୍ରେସକୁ ନେଇ ସେ ସୋସିଆଲ ମିଡ଼ିଆରେ ଟ୍ରଲର ଶିକାର ହୋଇଛନ୍ତି | ତାଙ୍କ ଡ୍ରେସକୁ ନେଇ ଲୋକେ ତାଙ୍କୁ ନାନା ସମାଲୋଚନା କରିଛନ୍ତି |
ବ୍ରାଜିଲର ମହିଳା ସାଂସଦ ଏନା ପାଉଲା ଦି ସିଲଭା ଏକ କାର୍ୟ୍ୟକ୍ରମରେ ଲୋ-କଟ ଡ୍ରେସ ପିନ୍ଧି ସଂସଦକୁ ଆସିଥିଲେ | ସାଂସଦଙ୍କ ଡ୍ରେସକୁ ନେଇ ଲୋକେ ସମାଲୋଚନା କରିଥିଲେ | କିଛି ଲୋକେ ତାଙ୍କ ଡ୍ରେସର ପ୍ରଶଂସା କରିଥିବାବେଳେ ଆଉ କିଛି ତାଙ୍କୁ ନାନା ଅଶ୍ଳୀଳ କମେଣ୍ଟ କରିଥିଲେ | କିଛି ଲୋକେ ଏନାଙ୍କୁ ଦୁଷ୍କର୍ମ ଧମକ ମଧ୍ୟ ଦେଇଥିଲେ | ସ୍ଥିତି ଏଭଳି ହୋଇଯାଇଥିଲା ଯେ ଏନାଙ୍କ ଲୋ-କଟ ଡ୍ରେସକୁ ନେଇ ସୋସିଆଲ ମିଡ଼ିଆ ଦୁଇ ଭାଗ ହୋଇଯାଇଥିଲା |
କିଛି ଲୋକେ ମତ ପୋଷଣ କରିଥିଲେ ଯେ, ଡ୍ରେସ ସହ ମଣିଷ ବ୍ୟକ୍ତିତ୍ୱର କୌଣସି ସମ୍ପର୍କ ନାହିଁ | ଡ୍ରେସକୁ କାହାକୁ ସମାଲୋଚନା କରିବା ଅନୁଚିତ | ଅପରପକ୍ଷରେ କିଛି ଲୋକେ ଡ୍ରେସକୁ ଅନୁଚିତ ବା ସକିଙ୍ଗ ବୋଲି କହିଥିଲେ | ଲୋକଙ୍କ କହିବାନୁଯାୟୀ ଏନାଙ୍କୁ ଏଭଳି ଲୋ-କଟ ଡ୍ରେସ ପିନ୍ଧି ସଂସଦକୁ ଆସିବା ଉଚିତ ନୁହେଁ | ଆଉ କିଛି ଲୋକେ ତ କହିଲେ ଯେ, ଏନା ଡ୍ରେସର ବ୍ରାଣ୍ଡିଙ୍ଗ କରୁଛନ୍ତି |
ଏନା ବି ଚୁପ ବସିବାଭଳି ମହିଳା ନୁହନ୍ତି | ସେ ମଧ୍ୟ ସମାଲୋଚକଙ୍କୁ ଏହାର ଜବାବ ଦେଇଥିଲେ | ସେ କହିଥିଲେ, “ମୁଁ ଯେମିତି ସେମିତି ହିଁ ରହିବି | ମୁଁ ପ୍ରାୟ ସବୁବେଳେ ଏମିତି ଟାଇଟ ଏବଂ ଲୋ-କଟ ଡ୍ରେସ ହିଁ ପିନ୍ଧେ | କିଏ କିଛି କହିଲେ କି ନକହିଲେ ମୁଁ ନିଜକୁ ବଦଳାଇବି ନାହିଁ | ମୁଁ ଯାହା ପିନ୍ଧୁଛି ତାହା ହିଁ ପିନ୍ଧିବି |”
ଏହାଛଡା ଯେଉଁମାନେ ଏନାଙ୍କୁ ଦୁଷ୍କର୍ମ ଧମକ ଦେଇଥିଲେ, ସେମାନଙ୍କ ବିରୋଧରେ ଏନା ମାମଲା ରୁଜ୍ଜୁ କରିବେ ବୋଲି କହିଛନ୍ତି |