Odia News Portal

କଳା ନୃତ୍ୟରେ ଦୁଲୁକୁଛି ଆସିକା ଫେଷ୍ଟ-୨୦୧୯

ଆସିକା : ଲୋକ କଳା ଓ ଲୋକ ନୃତ୍ୟରେ ଦୁଲୁକୁଛି ଆସିକା ଫେଷ୍ଟ-୨୦୧୯ । ସ୍ଥାନୀୟ ଅଞ୍ଚଳର କଳାକାରଙ୍କ ନୃତ୍ୟ ଓ ସଙ୍ଗୀତ ପରିବେଷଣ ସହ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ନୃତ୍ୟ ପରିବେଷଣ କରାଯାଉଛି। ଶୀତୁଆ ସଂଧ୍ୟାରେ ଆସିକା ଫେଷ୍ଟର ମଜା ନେଉଛନ୍ତି ଦର୍ଶକ। ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବାରୁ ବେଶ୍‌ ଖୁସି ଅଛନ୍ତି ଆୟୋଜକ। ମୀନାବଜାର ସହ ଚଟ୍‌ପଟି ଖାଦ୍ୟର ମଜା ନେଉଛନ୍ତି ଲୋକେ। ତା ସହ ବିଭିନ୍ନ ପ୍ରକାର ଦୋଳିରେ ଝୁଲିବାର ମଜା ତ ନିଆରା। ବାଲୁକା କଳା ପାଖରେ ଜମୁଛି ଭିଡ଼।