Odia News Portal

Covid-19 ଯୁଦ୍ଧରେ ଆଗକୁ ଆସିଲେ ଆଲିଆ ଭଟ୍ଟ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରତିଦିନ ଏହି ସଂଖ୍ୟା ବଢିଚାଲିଛି। ଏପର୍ଯ୍ୟନ୍ତ ଏହି ମହାମାରୀ ଯୋଗୁଁ ହଜାରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇସାରିଥିବା ବେଳେ ୩୫ରୁ ଉର୍ଦ୍ଧ୍ୱ ମୃତ୍ୟୁବରଣ କରିସାରିଲେଣି। ବଢୁଥିବା ସଂକ୍ରମିତକୁ ଦେଖି ସଂପୂର୍ଣ୍ଣ ଦେଶରେ ଲକ୍‌ଡାଇନ ଘୋଷଣା ମଧ୍ୟ ହୋଇଛି। ଏହି ଳକ୍‌ଡାଉନ ଅର୍ଥବ୍ୟବସ୍ଥା ଉପରେ ବେଶ ପ୍ରଭାବ ପକାଇଛି। ଏହାକୁ ଦୃଷ୍ଟିରେ ରଖି ବଲିଉଡ ଷ୍ଟାରମାନେ ଦେଶର ହିତରେ ଆର୍ଥିକ ସହାୟତା କରିବାକୁ ଆଗେଇ ଆସିଛନ୍ତି। ପୂର୍ବରୁ ଅକ୍ଷୟ କୁମାର, ବରୁଣ ଧଓ୍ଵନ, ଶାହାରୁଖ, କ୍ୟାଟ୍ରିନା, ଭିକି କୌଶଲ ଭଳି ଷ୍ଟାର ଦାନ କରିସାରିଥିବା ବେଳେ ଏବେ ଆଲିଆ ଭଟ୍ଟ ମଧ୍ୟ ସାମିଲ ହୋଇଛନ୍ତି।

ଆଲିଆ ଭଟ୍ଟ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର ବିବରଣୀ ଦେଇଛନ୍ତି। ଆଲିଆ ପିଏମ୍‌ କେୟାରର୍ସ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରାଜକୋଷ ମହାରାଷ୍ଟ୍ରକୁ ଆର୍ଥିକ ସହାୟତା ଦେଇଛନ୍ତି। ଟ୍ଵିଟ୍‌ର ଆଲିଆ ଲେଖିଛନ୍ତି, ଆମ ଦେଶ ଲକଡାଉନ ଥିବା ବେଳେ କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ସରକାର ପ୍ରତ୍ୟେକ ସମୟରେ କରୋନା ଭାଇରସ ସହିତ ଲଢୁଛନ୍ତି। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାନ।