ମୁମ୍ବାଇ () ଡିସେମ୍ବର ୨୦ରେ ରିଲିଜ ହେବାକୁ ଯାଉଛି ସଲମାନ ଖାନଙ୍କ ଅପକମିଙ୍ଗ୍ ଫିଲ୍ମ ଦବଙ୍ଗ ୩ । ସଲମାନ ଟ୍ୱିଟ୍ କରି ଫିଲ୍ମର ରିଲିଜ ହେବା ନେଇ ସ୍ଫଷ୍ଟ କରାଇଛନ୍ତି । ପ୍ରଭୂଦେବା ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି । ସଲମାନ ଖାନ ଓ ଅରବାଜ ଖାନଙ୍କ ପ୍ରଡକ୍ସନ ହାଉସ୍ ଏହାକୁ ପ୍ରଡ୍ୟୁସ୍ କରିବାକୁ ଯାଉଛନ୍ତି । ତେବେ ହିନ୍ଦୀ ବ୍ୟତୀତ ଏହି ଫିଲ୍ମ ତେଲୁଗୁ, ତାମିଲ, କନ୍ନଡ ଭାଷାରେ ରିଲିଜ ହେବ । ସଲମାନ ଆଜି ପ୍ରଭୂଦେବାଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି କି, ଚୁଲବୁଲ ପାଣ୍ଡେ ଡିସେମ୍ବର ୨୦ରେ ହିନ୍ଦୀ, କନ୍ନଡ, ତାମିଲ ଏବଂ ତେଲଗୁ ଭାଷାରେ ଆପଣଙ୍କ ପାଖକୁ ଆସୁଛି ।
ସଲମାନ ଖାନଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, ଅରବାଜ ଖାନ, ମାହି ଗିଲ, ପଙ୍କଲ ତ୍ରିପାଠୀ, ମହେଶ ମାଂଝରେକର, ଭଳି କଳାକାର ନଜର ଆସିବେ ।
