Odia News Portal

ତେଲୁଗୁ ସୁପର୍ଷ୍ଟାରଙ୍କ ଫାର୍ମହାଉସରୁ ମୃତଦେହ ଉଦ୍ଧାର

ତେଲୁଗୁ ସୁପର୍ଷ୍ଟାର୍ ନାଗାର୍ଜୁନଙ୍କ ଫାର୍ମ ହାଉସ୍ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ବୁଧବାର ଅପରାହ୍ଣରେ ନାଗାର୍ଜୁନ କିଛି ବିଶେଷଜ୍ଞଙ୍କୁ ଉକ୍ତ ଫାର୍ମହାଉସ୍ର ଜମିରେ କେଉଁ ପ୍ରକାର ଫସଲ କଲେ ଭଲ ହେବ ସେ ନେଇ ଯାଞ୍ଚ କରିବାକୁ ପଠାଇଥିଲେ। ତେବେ ସେମାନେ ସେଠାରେ ଉକ୍ତ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ କରିଥିଲେ। ମୃତଦେହଟି ଫାର୍ମହାଉସ୍ର ଏକ ରୁମ୍ରେ ପଡ଼ିଥିବା ସେମାନେ ଦେଖିବା ପରେ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ।

ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ। ପୁଲିସ୍ ତାଙ୍କ ପରିଚୟ ଜାଣିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ମୃତ୍ୟୁର କାରଣ ଜାଣିବା ପାଇଁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ନାଗାର୍ଜୁନ ପ୍ରାୟ ବର୍ଷେ ତଳେ ପପିରେଡ୍ଡୀଗୁଡ଼ାରେ ୪୦ ଏକର ଚାଷ ଉପଯୋଗୀ ଜମି କିଣିଥିଲେ।