ମୁମ୍ବାଇ () ଲୁଚା ଚୋରାରେ ଜୁଲାଇ ୨୮ ତାରିଖରେ ରାକ୍ଷୀ ସାୱନ୍ତ ମୁମ୍ବାଇର ମାରିୟଟ ହୋଟେଲରେ ବିବାହ କରିଥିଲେ। ହେଲେ ବିବାହକୁ ପ୍ରଥମେ ରାକ୍ଷୀ ବ୍ରାଇଡଲ ଫଟୋସୁଟ୍ ବୋଲି କହୁଥିଲେ। ପରେ ଏନଆରଆଇ ବ୍ୟବସାୟୀଙ୍କୁ ବିବାହ କରିଥିବା ସ୍ପଷ୍ଟ କରିଛନ୍ତି। ବିବାହ ଖବର ଭାଇରାଲ ହେବା ପରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ରାକ୍ଷୀ । କେତେବେଳେ ଫ୍ୟାନଙ୍କ ଟ୍ରୋଲର ଶିକାର ହୋଇଛନ୍ତି ତ କେତେବେଳେ ନିଜ ବନ୍ଧୁଙ୍କ ଠାରୁ ଅପଦସ୍ତ ହୋଇଛନ୍ତି ରାକ୍ଷୀ ।
ରାକ୍ଷୀଙ୍କ ଏକ୍ସ ବୟଫ୍ରେଣ୍ଡ ଦୀପକ କଲାଲ ତାଙ୍କୁ ସୋସାଲ ମିଡିଆରେ ଏକ ଭିଡିଓ ସେୟାର କରି ଧମକ ଦେବା ଚର୍ଚ୍ଚାର କାରଣ ପାଲଟିଛି। ଯେଉଁଥିରେ ଦୀପକ ଲୁଚିକି ବିବାହ କରିଥିବାରୁ ରାକ୍ଷୀଙ୍କୁ ଧମକ ଦେଇଛନ୍ତି। ଦୀପକ କୁଆଡେ ରାକ୍ଷୀଙ୍କୁ ୪ କୋଟି ଟଙ୍କା ଦେଇଛନ୍ତି ବୋଲି ଭିଡିଓରେ ଦାବି କରୁଛନ୍ତି। ଯାହାକୁ ସେ ୪ ଦିନରେ ଫେରାଇବାକୁ ରାକ୍ଷୀଙ୍କୁ କହିଛନ୍ତି। ନଚେତ ତାଙ୍କ ଜୀବନ ଖରାପ କରିଦେବେ ବୋଲି ମଧ୍ୟ ଧମକ ଦେଇଛନ୍ତି।
ଦୀପକଙ୍କ ଏହି ଭିଡିଓକୁ ରାକ୍ଷୀ ମଧ୍ୟ ତାଙ୍କ ଇଂଷ୍ଟାପେଜରେ ସେୟାର କରିଛନ୍ତି। ହେଲେ ଭିଡିଓ ବାବଦେ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଓଲଟା କିଛି ଇମୋଜି ପୋଷ୍ଟ କରିଛନ୍ତି। ଦୀପକ କହିଛନ୍ତି ମିଡିଆ ଆଗରେ କଣ କହିଥିଲ ଦୀପକକୁ ବିବାଦ କରିବି। ହେଲେ କଣ କଲ ବୋଲି ପ୍ରଶ୍ନ କରିଛନ୍ତି। ମୁଁ ତୁମକୁ ଗଣି ଗଣିକି ୪ କୋଟି ଟଙ୍କା ଦେଇଛି। ବସ୍ତାରେ ଭରି ଭରି କି ଦେଇଥିବା ଟଙ୍କା ମୋର ୪ ଦିନରେ ୱାପସ କର ନଚେତ ଜୀବନ ଖରାପ କରିଦେବୀ ବୋଲି ଭିଡିଓରେ କହୁଛନ୍ତି ଦୀପକ। ରାକ୍ଷୀ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସେ ଟଙ୍କା ଦେଇଥିଲେ ବୋଲି କହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
