ବଲିଉଡ୍ର ଟପ୍ ଅଭିନେତ୍ରୀମାନଙ୍କ ମଧ୍ୟରେ ନିଜକୁ ସାମିଲ୍ କରିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍। ହିନ୍ଦୀ ସିନେମା ଜଗତରେ ନିଜର ଜବରଦସ୍ତ ଅଭିନୟ ବଳରେ ସେ ୩ଟି ଫିଲ୍ମ ଫେଆର୍ ପୁରସ୍କାର ଜିତିଛନ୍ତି। ଆଜି ଯଦି ଦେଶର ୧୦ ଟପ୍ ଅଭିନେତ୍ରୀଙ୍କ ନାଁ କୁହାଯାଏ ତାଙ୍କ ମଧ୍ୟରେ ଦୀପିକା ପାଦୁକୋନ୍ଙ୍କ ନାଁ ବି ଆସେ । ଅଧିକ ଆୟ କରୁଥିବା ମହିଳା ହୁଅନ୍ତୁ କି ଶକ୍ତିଶାଳୀ ମହିଳା, ସବୁ ତାଲିକାରେ ସେ ନିଜକୁ ସାମିଲ୍ କରିଛନ୍ତି। ତେବେ ଆଜି ବଲିଉଡ୍ ଡିଭା ଦୀପିକା ପାଦୁକୋନ୍ଙ୍କ ଜନ୍ମ ଦିନ। ଆଜି ସେ ୩୩ ବର୍ଷ ବୟସର ପାଦ ଥାପିଛନ୍ତି। ଦୀପିକା ପାଦୁକୋନ୍ ଜାନୁଆରୀ ୫, ୧୯୮୬ ମସିହାରେ ଜନ୍ମ ହୋଇଥିଲା। ଦୀପିକା ପିକୁ, ବାଜିରାଓ ମସ୍ତାନୀ, ପଦ୍ମାୱତ୍ ଭଳି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି।