Odia News Portal

ପ୍ରସିଦ୍ଧ ଅଭିନେତାଙ୍କ ରେଷ୍ଟୁରାଣ୍ଟ ସିଲ୍

ମୁମ୍ବାଇ () ଅଡୁଆରେ ଚର୍ଚ୍ଚିତ ଅଭିନେତା ଧର୍ମେନ୍ଦ୍ର । ଧର୍ମେନ୍ଦ୍ରଙ୍କ ରେଷ୍ଟୁରାଣ୍ଟ ସିଲ୍ କରାଯାଇଛି । ହରିୟାଣ କରନାଲ୍ ନଗର ନିଗମ ପକ୍ଷରୁ ରେଷ୍ଟୁରାଣ୍ଟକୁ ସିଲା କରାଯାଇଛି । ରେଷ୍ଟୁରାଣ୍ଟରେ ନିର୍ମାଣଗତ ତ୍ରୁଟି ଥିବାରୁ ସିଲ୍ କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଗତ ଫେବୃଆରୀ ୧୪ ତାରିଖ ଦିନ ଏହି ରେଷ୍ଟୁରାଣ୍ଟଟି ଉଦ୍ଘାଟନ କରାଯାଇଥିଲା । ଏବଂ ଏହାର ନାମ ‘ଐଋ ଗଇଘ’ ରଖାଯାଇଥିଲା । ତେବେ କରନାଲ ଉପ-କମିଶନରଙ୍କ ଅନୁଯାୟୀ, ପ୍ରଶାସନ ତରଫରୁ ରେଷ୍ଟୁରାଣ୍ଡକୁ ଦୁଇ ଥର ନୋଟିସ୍ ପଠାଯାଇଛି । ରେଷ୍ଟରୁରାଣ୍ଟରେ ନିର୍ମାଣଗତ ତ୍ରୁଟି ରହିଛି । କିନ୍ତୁ ରେଷ୍ଟୁରାଣ୍ଟ ପକ୍ଷରୁ କୌଣସି ନୋଟିସ୍ର ଜବାବ ଆସିନଥିଲା । ଶେଷରେ ଆମେ ବାଧ୍ୟ ରେଷ୍ଟୁରାଣ୍ଟକୁ ସିଲ୍ କରିଛୁ ।