ଭୁବନେଶ୍ୱର () ସେ ମୋ ସାବିତ୍ରୀ, ମୁଁ ତା’ ସତ୍ୟବାନ। ଗତକାଲି ସାବିତ୍ରୀ ଓଷା ଅବସରରେ ନିଜ ଜୀବନ ସାଥୀଙ୍କ ବିଷୟରେ ଏମିତି ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି ଦୌଡ଼ ରାଣୀ ଦୂତୀ ଚାନ୍ଦ। ସେ ନିଜର ଫେସବୁକ୍ ଆକାଉଣ୍ଟରେ ନିଜ ଲାଇଫ୍ ପାର୍ଟନରଙ୍କ ସହ କିଛି ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ସେ କ୍ୟାପସନରେ ଲେ଼ଖିଥିଲେ, ‘ସେ ମୋ ସାବିତ୍ରୀ ଓ ମୁଁ ତା ସତ୍ୟବାନ’। ତାଙ୍କର ଏହି ପୋଷ୍ଟରେ ବିଭିନ୍ନ ପ୍ରତିକ୍ରିୟା ଆସିଥିଲା। ତେବେ ଦୂତିଙ୍କର ଏହି ପୋଷ୍ଟଟି ଭାଇରାଲ ହେବା ପରେ ସେ ଏହାକୁ ତାଙ୍କ ଫେସ୍ବୁକ୍ ଆକାଉଣ୍ଟରୁ ଡିଲିଟ୍ କରିଦେଇଛନ୍ତି।
ସୂଚନା ଅନୁସାରେ, ଗତ ବର୍ଷ ଦୂତୀ ସମଲିଙ୍ଗୀ ସମ୍ପର୍କକୁ ନେଇ ମୁହଁ ଖୋଲିଥିଲେ। ଦୂତୀ ଜଣେ ଝିଅଙ୍କ ସହ ସଂପର୍କରେ ଥିବା କଥା କହିଥିଲେ। ସେ ତାଙ୍କୁ ହିଁ ବିବାହ କରିବେ ବୋଲି ଦୃଢ଼ଦାର ସହ କହିଥିଲେ। ଯେବେ ବିବାହ କରିବେ, ସମସ୍ତଙ୍କୁ ନିମନ୍ତ୍ରଣ ଦେବେ ବୋଲି ସ୍ପଷ୍ଟ ଭାବେ କହିଥିଲେ। ତାଙ୍କର ଏହି ସମଲିଙ୍ଗୀ ସମ୍ପର୍କକୁ ବିରୋଧ କରି ତାଙ୍କ ବଡ଼ ଭଉଣୀ ଓ ମା’ ଗୁରୁତର ଅଭିଯୋଗ ଆଣିଥିଲେ। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ଦୂତି।