Odia News Portal

ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରି ଫସିଲେ ବିଜେପି ନେତ୍ରୀ

ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହେମା ମାଳିନୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ମାମଲା ଦାୟର ହୋଇଛି । ହେମାଙ୍କ ବିରୋଧରେ ସହାୟକ ନିର୍ବାଚନ ଅଧିକାରୀ ଆରଡି ରାମ କୋତଓ୍ବାଲି ବୃନ୍ଦାବନରେ ଏହି ମାମଲା ରୁଜୁ କରିଛନ୍ତି।

୨ଦିନ ତଳେ ଆଝଇ ଗାଁରେ ଭାଜପା ପ୍ରାର୍ଥୀ ହେମା ମାଳିନୀ ପରିଷଦୀୟ ବିଦ୍ୟାଳୟରେ ସଭା କରିଥିଲେ। ତେବେ ଏଥିପାଇଁ ସେ ନିର୍ବାଚନ ଅଧିକାରୀଙ୍କଠୁ ଅନୁମତି ନେଇନଥିଲେ । ଫଳରେ ବିନାନୁମତିରେ ନିର୍ବାଚନ ସଭା ନେଇ ହେମାଙ୍କୁ ନିର୍ବାଚନ ଅଧିକାରୀ କୈଫିୟତ ତଲବ କରିଥିଲେ ।

କିନ୍ତୁ ହେମାଙ୍କ ସଫେଇ ସନ୍ତୋଷଜନକ ନଥିଲା । ଫଳରେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଥିଲା । ସଭା ନିମନ୍ତେ ଆବେଦନ କରିଥିବା ପଙ୍କଜ ଶର୍ମାଙ୍କ ବିରୋଧରେ ମଧ୍ୟ ଆଚାରଣ ବିଧି ଉଲ୍ଲଂଘନ ମାମଲା ଦାୟର ହୋଇଛି । ମାମଲାରେ ଯଦି ହେମା ହାରିଯାଇଯାନ୍ତି ତାହେଲେ ତାଙ୍କ ନିର୍ବାଚନ ରଦ୍ଦ ହେବାର ମଧ୍ୟ ଆଶଂକା ରହିଛି ।