Odia News Portal

ମିଛ କହି ‘ନଚବଲିଏ’ ଶୋରେ ଏଣ୍ଟ୍ରି ନେଇଛନ୍ତି ଏହି ଦୁଇ ଯୋଡି

ଲୋକପ୍ରି ରିୟାଲିଟି ଶୋ’ ‘ନଚବଲିଏ-୯’କୁ ନେଇ ଚର୍ଚ୍ଚା। ଏହି ଶୋ’ର ନିୟମ ଅନୁଯାୟୀ ଏଥିରେ କେବଳ ସ୍ୱାମୀସ୍ତ୍ରୀ, ଲଭର୍ସ ଓ ଏକ୍ସ କପଲ୍ ହିଁ ଭାଗ ନେଇପାରିବେ।
ସୂଚନା ଅନୁଯାୟୀ ଶୋ’ର ଯୋଡ଼ି, ଶାନ୍ତନୁ ମାହେଶ୍ୱରୀ ଓ ନିତ୍ୟାମୀ ସିର୍କେ ବାସ୍ତବରେ କପଲ୍ ନୁହଁନ୍ତି। ବାସ୍ତବ ଜୀବନରେ ଶାନ୍ତନୁ ଓ ନିତ୍ୟାମୀ ପରସ୍ପରକୁ ଭଲପାଆନ୍ତି ନାହିଁ।

କେବଳ ‘ନଚ୍ବଲିଏ-୯’ରେ ଭାଗ ନେବା ପାଇଁ ଏମାନେ ଏକ ମିଛ ସମ୍ପର୍କ ତିଆରି କରିଛନ୍ତି। ଅବଶ୍ୟ ଏହି ମାମଲାରେ ଦୁହେଁ କ’ଣ କହୁଛନ୍ତି ତାହା ଆଗକୁ ଜଣାପଡ଼ିବ। ହେଲେ ଏହି ଖବର ଶାନ୍ତନୁ ଓ ନିତ୍ୟାମୀଙ୍କ ଫାନ୍ମାନଙ୍କୁ ନିରାଶ କରିଛି। ଶାନ୍ତନୁ ଓ ନିତ୍ୟାମୀଙ୍କ ଯୋଡ଼ି ଶୋ’ରେ ନିଜ ଡ୍ୟାନ୍ସ ଜରିଆରେ ସମସ୍ତଙ୍କ ହୃଦୟ ଜିତିନେଇଛନ୍ତି। ଦୁହିଁଙ୍କୁ ଶୋ’ର ସବୁଠୁ ମଜଭୁତ ଯୋଡ଼ି ବୋଲି କୁହାଯାଉଛି।