ଚିନ୍ତାରେ ରଣବୀର କପୁର । ଏହାର କାରଣ ହେଉଛି ତାଙ୍କର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ । ରଣବୀର କପୁର ତାଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ରିଲିଜ୍ ତାରିଖ ଘୁଞ୍ଚିଥିବାରୁ ଚିନ୍ତାରେ ଅଛନ୍ତି। ରଣବୀରଙ୍କ ପୂର୍ବ ସିନେମା ‘ସଂଜୁ’ ରିଲିଜ୍ ହେବାର ବର୍ଷକରୁ ଅଧିକ ସମୟ ହୋଇଗଲାଣି। ଆଉ ବର୍ଷକରୁ ଅଧିକ ସମୟ ହେବ ତାଙ୍କର କୌଣସି ଫିଲ୍ମ ରିଲିଜ ହୋଇନାହିଁ । ଯାହାଫଳରେ ଗୋଟିଏ ସିନେମାରୁ ଆର ସିନେମା ରିଲିଜ୍ ମଧ୍ୟରେ ଏତେ ଲମ୍ବା ବ୍ୟବଧାନକୁ ପସନ୍ଦ କରନ୍ତି ନାହିଁ ରଣବୀର କପୁର।
ରଣବୀର କହିଛନ୍ତି ଯେ ‘ବ୍ରହ୍ମାସ୍ତ୍ର’ର କଂପ୍ୟୁଟର ଗ୍ରାଫିକ୍ସ କାମ ଶେଷ ହୋଇପାରି ନଥିବା ହେତୁ ଏହାର ରିଲିଜ୍ ରେ ବିଳମ୍ବ ହେଉଛି। ଏଥିରେ ତାଙ୍କର କିଛି ଭୂମିକା ନାହିଁ।