Odia News Portal

ଚର୍ଚ୍ଚାରେ “ମୋଦୀ ଜି କି ବେଟି”

ମୁମ୍ବାଇ()   “ମୋଦୀ ଜି କି ବେଟି” ନାମକ ଏକ କମେଡି ଫିଲ୍ମ ନିର୍ମିତ ହୋଇଛି। ତେବେ ଏହା କେଉଁ ବିଷୟ ଉପରେ ଆଧାରିତ ସେ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ। ଫିଲ୍ମରେ କିଏ କିଏ ଅଛନ୍ତି ସେ ବିଷୟରେ ବି କୌଣସି ସୂଚନା ମିଳିନାହିଁ।

ଫିଲ୍ମ ଆକ୍ସନ ଏବଂ କମେଡି ଉପରେ ଆଧାରିତ ବୋଲି କୁହାଯାଉଛି। ଏହି ଫିଲ୍ମରେ ଆଡ ନିର୍ମାତା ଏଡି ସିଂହ ଫିଲ୍ମ ନିର୍ଦ୍ଦେଶନା ଦୁନିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଗୋଆରେ ଚାଲୁଥିବା ନ୍ୟାସନାଲ ଫିଲ୍ମ ଡେଭଲପମେଣ୍ଟ କରପୋରେଶନ ଅଫ ଇଣ୍ଡିଆର ଫିଲ୍ମ ବଜାରରେ ଏହାର ଶୀର୍ଷକ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କ ସହ ଫିଲ୍ମ ନିର୍ଦ୍ଦେଶକ ବାର୍ତ୍ତାଳାପ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ, ତାଙ୍କ ସହ ସାକ୍ଷାତ କରି ଖୁସୀ ଲାଗୁଛି। ମୋତେ ଫିଲ୍ମ ମୋଦୀ ଜି ବେଟି ବିଷୟରେ ସମସ୍ତଙ୍କୁ କହିବାର ସୌଭାଗ୍ୟ ମିଳିଛି।