Odia News Portal

ଏହି ଅଭିନେତ୍ରୀ ମାନେ କମ ବୟସରୁ କୋଟିପତି, ଜାଣନ୍ତୁ କାହାର କେତେ ସମ୍ପତ୍ତି ..

ମୁମ୍ବାଇ : ବଲିଉଡରେ ଅଭିନେତ୍ରୀମାନେ ଅଭିନୟ ଓ ସୌନ୍ଦର୍ଯ୍ୟ ମାମଲାରେ କେହି କାହାଠୁ କମ ନୁହନ୍ତି। ହେଲେ ଏମାନଙ୍କ ମଧ୍ୟରୁ ଅନେକ ଏମିତି ଅଭିନେତ୍ରୀ ଅଛନ୍ତି ଯିଏ ବହୁତ କମ ବୟସରେ କୋଟିପତି ହୋଇଛନ୍ତି। ତେବେ ଏହି ଅଭିନେତ୍ରୀଙ୍କ ସମ୍ପତ୍ତି ଉପରେ ପକାନ୍ତୁ ନଜର ।

ନିକଟରେ ବଲିଉଡରେ ସୁପରହିଟ୍‌ ହୋଇଥିବା ଫିଲ୍ମ କବୀର ସିଂହରେ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। କିଆରାଙ୍କୁ ମାତ୍ର ୨୭ ବର୍ଷ । କିଆରା ଏବେ ପାଖାପାଖି ୧୧ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ। ବଲିଉଡର କ୍ୟୁଟ ଓ ଚୁଲବୁଲ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ବୟସ ହେଉଛି ୨୬। ଆଲିୟା ଏବେ ୨୭ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ। ଏବେ ବଲିଉଡରେ ଧମାଲ କରୁଥିବା ଅଭିନେତ୍ରୀ ସାରା ଅଲ୍ଲୀଙ୍କୁ ମାତ୍ର ୨୪ ବର୍ଷ। ସେ ୩୫ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ।

ଜାୟରା ୱାସିମଙ୍କ ବୟସ ହେଉଛି ୧୮ ଓ ଏବେ ସେ ୭ କୋଟି ଟଙ୍କାର ମାଲିକାଣୀ। କାଜୋଲ ବଲିଉଡରେ ୨୧ ବର୍ଷ ବୟସରେ ଡେବ୍ୟୁ କରିଥିଲେ। ତାଙ୍କ ପାଖରେ ୧୨୯ କୋଟି ଟଙ୍କାର ସମ୍ପତ୍ତି ଅଛି।   ଦିବ୍ୟା ଭାରତୀ ୧୯ ବର୍ଷ ବୟସରେ କୋଟିପତି ଅଭିନେତ୍ରୀ ହୋଇଯାଇଥିଲେ। ସେତେବେଳେ ତାଙ୍କ ପାଖରେ ପାଖାପାଖି ୧୮ କୋଟି ଟଙ୍କାର ସମ୍ପତ୍ତି ଥିଲା।