Odia News Portal

ରିଲିଜ ହେଲା ଘୋଷ୍ଟର ଟ୍ରେଲର, ଦେଖନ୍ତୁ ଭୟଙ୍କର ଭିଡିଓ

ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟଙ୍କ ଫିଲ୍ମ ଘୋଷ୍ଟର ଟ୍ରେଲର ରିଲିଜ ହୋଇଛି। ରାଜ୍, ୧୯୨୦, ହଣ୍ଟେଡ୍ ଭଳି ହରର ଫିଲ୍ମ କରୁଥିବା ବିକ୍ରମ ଭଟ୍ଟଙ୍କ ଫିଲ୍ମ ଘୋଷ୍ଟ ପୁଣି ଥରେ ଦର୍ଶକମାନଙ୍କୁ ଡରାଇବାକୁ ପରଦାରେ ଆସିବ। ଘୋଷ୍ଟ ଫିଲ୍ମ ପ୍ରସ୍ତୁତି ୨୦୧୧ରୁ ଆରମ୍ଭ କରାଯାଇଥିଲା। ଏଥିରେ ସାଇନି ନେହୁଜା ମୁଖ୍ୟ ଭୂମିକାରେ ଥିଲେ କିନ୍ତୁ ପରେ ବିଭିନ୍ନ କାରଣରୁ ଏହାକୁ ପରିବର୍ତ୍ତନ କରାଯାଇଥିଲା।

https://youtu.be/_DKVthzKjY8

ମୁଖ୍ୟ ଭୂମିକାରେ ସନାୟା ଈରାନୀ ଓ ଶିବମ ବାର୍ଗବ ଅଛନ୍ତି। ଖୋଦ୍ ବିକ୍ରମ ଭଟ୍ଟ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଅକ୍ଟୋବର ୧୮ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି।