Odia News Portal

ପ୍ରେମ ଦିବସରେ ଶିକ୍ଷକ କରାଇଲେ ଶପଥ, କରିବେ ନାହି ପ୍ରେମ କି ପ୍ରେମ ବିବାହ

ମହାରାଷ୍ଟ୍ର() ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଠାରେ ଭାଲେଣ୍ଟାଇନ୍ସ ଡେ’ ଅବସରରେ ପିଲାମାନଙ୍କୁ ଶିକ୍ଷକ ପ୍ରେମ କରିବାକୁ ବାରଣ କରିଥିବା ବେଳେ ପ୍ରେମ ବିବାହ ନ କରିବାକୁ ଶପଥ ଦେଇଛନ୍ତି। ଏହାସହ ଯେଉଁ ପୁଅ ଯୌତୁକ ମାଗୁଥିବ ସେଭଳି ପୁଅଙ୍କୁ ମଧ୍ୟ ବିବାହ ନ କରିବାକୁ ଶପଥ କରାଯାଇଛି। କେବଳ ପରିବାର ଲୋକେ ଓ ମାତାପିତାଙ୍କ ଉପରେ ଭରସା କରିବାକୁ ଶିକ୍ଷକ କହିଛନ୍ତି।

ମହାରାଷ୍ଟ୍ର ଅମରାବତୀ ଜିଲାରେ ଥିବା ଏକ ଆର୍ଟସ କଲେଜ ନିକଟରେ ଆୟୋଜିତ ଏକ ଏନ୍ଏସ୍ଏସ୍ କ୍ୟାମ୍ପରେ ପିଲାମାନଙ୍କୁ ଏଭଳି ଶପଥପାଠ କରାଯାଇଥିବା କୁହାଯାଉଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଫଳରେ ଏହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି।

ସେପଟେ ଏହାକୁ ନେଇ ଭାଜପାର ଜଣେ ନେତା ଏଭଳି କାର୍ୟ୍ୟର ନିନ୍ଦା କରିଛନ୍ତି। ଏହି ଭିଡିଓରେ କେବଳ ଛାତ୍ରୀମାନେ ନଜର ଆସିଥିବାକୁ ପଙ୍କଜା ମୁଣ୍ଡେ ଟୁଇଟ୍ କରି କହିଛନ୍ତି ଛାତ୍ରୀ ନୁହେଁ ବରଂ ଛାତ୍ରମାନଙ୍କୁ ଏଭଳି ଶପଥପାଠ କରାଇବା ଦରକାର। ଯେଉଁମାନେ ଏକତରଫା ପ୍ରେମ କରି ଝିଅମାନଙ୍କୁ ଏସିଡ୍ ମାଡ କରୁଛନ୍ତି। ଆଉ ଯେଉଁମାନେ ଖରାପ ନଜରରେ ଝିଅମାନଙ୍କୁ ଦେଖୁଛନ୍ତି।