ରଣବୀର ସିଂହ ଅଭିନୀତ ଅପ୍କମିଂ ବଲିଉଡ୍ ମୁଭି ‘ଗଲି ବୟ’ର ନୂଆ ଗୀତ ‘ମେରେ ଗଲି ମେଁ’ ରିଲିଜ୍ ହୋଇଛି। ଏହି ଗୀତରେ ଗଲି ରାପ୍ର ଜବରଦସ୍ତ ଛୁଙ୍କ ରହିଛି। ରଣବୀର୍ ପୁଣି ଥରେ ଫିଲ୍ମରେ ଧମାକାଦାର୍ ରାପ୍ କରିଛନ୍ତି।
ମେରେ ଗଲି ମେଁ’ ଗୀତଟିକୁ ରଣବୀର ସିଂହ, ଡିଭାଇନ୍ ଓ ନୈଜି ଗାଇଛନ୍ତି। ଏହାକୁ ଡିଭାଇନ୍ ଓ ସେଜ୍ ଅନ୍ ଦ ବିଟ୍ କମ୍ପୋଜ୍ କରିଛନ୍ତି। ଗାତକୁ ମଧ୍ୟ ଡିଭାଇନ୍ ଓ ନୈଜି ହିଁ ଲେଖିଛନ୍ତି। ଏହି ମ୍ୟୁଜିକାଲ୍ ଟ୍ରାକ୍ ୨୧ ତାରିଖରେ ରିଲିଜ୍ ହେବା ପରେ ଏବେ ଯାଏ ଏହାକୁ ୮,୪୭୫,୧୯୫ ଥର ଦେଖାସରିଲାଣି। ଏହା ପୂର୍ବରୁ ଫିଲ୍ମର ପ୍ରଥମ ଗୀତ ‘ଅପ୍ନା ଟାଇମ୍ ଆଏଗା’କୁ ମଧ୍ୟ ଦର୍ଶକଙ୍କର ଥମ୍ସ୍ ଅପ୍ ମିଳିସାରିଛି। ଗୀତଟି ଏବେ ଖୁବ୍ ପପୁଲାର୍ ହୋଇଗଲାଣି। ଏଭଳିକି ବଜାରରେ ‘ଅପନା ଟାଇମ୍ ଆଏଗା’ ଲେଖାଥିବା ଟି’ ସାର୍ଟ ମଧ୍ୟ ବିକ୍ରି ହେଲାଣି।