Odia News Portal

ରାନୁ ମଣ୍ଡଳଙ୍କ ସହ ସମୁଦ୍ର କୂଳରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର() ଅଭିନେତ୍ରୀ ନତାସା ଷ୍ଟେନକୋଭିକ୍ଙ୍କ ସହ ନିକଟରେ ଏନଗେଜମେଣ୍ଟ କରିଛନ୍ତି ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଉଭୟ ସେମାନଙ୍କ ଏନଗେଜମେଣ୍ଟର ଫଟୋ ସୋସିଆଲ ମିଡିଆରେ ସେୟାର କରୁଥିବା ବେଳେ ତାଙ୍କୁ ଫ୍ୟାନ୍ସ ଖୁବ ଟ୍ରୋଲ କରୁଛନ୍ତି।

ତେବେ ଫ୍ୟାନ୍ସ ଏଥିରୁ ମଜା ଉଠାଇବାକୁ ଭୁଲି ନଥିଲେ। ଫଟୋକୁ ଏଡିଟ୍ କରି କେଉଁଠି ସେମାନଙ୍କୁ ମତ୍ସ୍ୟଜୀବି ଭାବେ ପ୍ରଦର୍ଶିତ କରିଥିଲେ ତ ଆଉ କେଉଁଠି ଅନ୍ୟ ପ୍ରକାର। ହେଲେ ଏବେ ବିଚ୍ରେ ସେମାନଙ୍କର ଏକ ଫଟୋ ସୁଟ୍ ଇଣ୍ଟରନେଟ୍ରେ ଭାଇରାଲ ହେଉଛି।

ଉଭୟ ସିସାଇଡରେ ଫଟୋ ଉଠାଇଥିବା ବେଳେ ହାର୍ଦ୍ଦିକଙ୍କ ସହ ଫ୍ୟାନ୍ସ ରାନୁମଣ୍ଡଲଙ୍କ ଫଟୋ ଯୋଡି ଦେଇଛନ୍ତି। ଯାହା ହାସ୍ୟସ୍ପଦ ପରିସ୍ଥିତି ସୃଷ୍ଟି କରିଛି। ସୋସିଆଲ ମିଡିଆରେ ସେମାନଙ୍କର ଫଟୋକୁ ଲୋକେ ଏପରି କଦର୍ୟ୍ୟ କରୁଥିଲେ ମଧ୍ୟ ହାର୍ଦ୍ଦିକ ଅଥବା ନତାସା ଏପର୍ୟ୍ୟନ୍ତ କେହି ଆପତ୍ତି ବି କରିନାହାନ୍ତି।