ମୃଗ ଶିକାର ମାମଲାରେ ପୁଣିଥରେ ଫିଲ୍ମ ଅଭିନେତା ସୈଫ ଅଲି ଖାନ, ସୋନାଲି ବେନ୍ଦ୍ରେ, ତବୁ, ନିଲମଙ୍କ ଅଡୁଆ ବଢିଛି । ଏମାନଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ ।ମାମଲାର ଆସନ୍ତା ଶୁଣାଣି ୮ ସପ୍ତାହ ପରେ ହେବ ।
ଏହି ମାମଲାରେ ୨୦୧୮ ମସିହା ସେପ୍ଟେମ୍ବର ମାସରେ ଯୋଧପୁର ସିଜିଏମ କୋର୍ଟ ହରିଣ ଶିକାର କରିଥିବା ଅଭିଯୋଗରେ ସୈଫ ଅଲି ଖାନ, ନିଲମ, ସୋନାଲି ବେନ୍ଦ୍ରେ ଏବଂ ତବୁଙ୍କୁ ଅଭିଯୁକ୍ତ ମୁକ୍ତ କରିଦେଇଥିଲେ । କୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ରାଜ୍ୟ ସରକାର ଆପତ୍ତି ଦର୍ଶାଇଥିଲେ । ଏହି ମାମଲାରେ ସଲମାନ ଖାନଙ୍କୁ କୋର୍ଟ ୫ ବର୍ଷ ସଯା ଶୁଣାଇଥିଲେ । କିନ୍ତୁ ତାଙ୍କୁ ହାଇକୋର୍ଟଙ୍କ ଠାରୁ ଜାମିନ ମିଳିଯାଇଥିଲା ।
୧୯୯୮ ମସିହାରେ ହମ୍ ସାଥ୍ ସାଥ୍ ହେଁ ଫିଲ୍ମ ସୁଟିଂ ବେଳେ ରାଜସ୍ଥାନରେ ଅକ୍ଟୋବର ୨ ତାରିଖରେ ସଲମାନ ଖାନଙ୍କ ଉପରେ ୨ଟି କଳା ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା | ସୈଫ ଅଲି ଖାନ, ସୋନାଲି ବେନ୍ଦ୍ରେ, ତବୁ, ନିଲମଙ୍କ ଉପରେ ଶିକାର ପାଇଁ ଉସୁକାଇବା ଅଭିଯୋଗ ହୋଇଥିଲା |