Odia News Portal

କରୋନା ଭାଇରସ ନେଇ ତିଆରି ହେଲା ଗୀତ, ଦେଖନ୍ତୁ ଭିଡିଓ

କରୋନା ଭାଇରସ ନେଇ ଭୋଜପୁରୀ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରି ଏକ ଗୀତ ତିଆରି କରିଛି। ଏହି ଗୀତ ଭାଇରାଲ ହେବା ସହ ଟ୍ରୋଲ ମଧ୍ୟ ହେଉଛି। ରିତେଶ ପାଣ୍ଡେ ଓ ସ୍ନେହା ଉପାଧ୍ୟାୟଙ୍କର ଏହି ଭାଇରାଲ ଗୀତର ନାଁ ହେଉଛି ‘ହେଲୋ କୌନ୍‌’।

https://youtu.be/DRYvAytmEUI

ଗୀତରେ ପ୍ରେମୀ ଓ ପ୍ରେମିକା ଫୋନ୍‌ରେ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିଛି। ଭିଡିଓରେ ଚୀନ୍‌ର କିଛି ହସ୍ପିଟାଲର କ୍ଲିପ୍‌ ଓ ଅନ୍ୟ ଗୀତର ରେକର୍ଡିଂ ରହିଛି। ଗୀତର ଲିରିକ୍ସ ବହୁତ ଖରାପ ରହିଛି। ଏହି ଗୀତକୁ ୟୁଟ୍ୟୁବ୍‌ରେ ବହୁତ ଟ୍ରୋଲ୍‌ କରାଯାଉଛି। ଏହି ଗୀତର ସମସ୍ତେ ମଜା ଉଡାଉଛନ୍ତି। ଗୀତରେ ପ୍ରେମୀ ନିଜ ପ୍ରେମିକାଙ୍କୁ ଦେଖା କରିବେ ବୋଲି କହୁଛନ୍ତି ଏବଂ ପ୍ରେମିକା ମନା କରୁଛନ୍ତି। କାରଣ ସେ ନିଜ ସହ ଚୀନ୍‌ରୁ କରୋନା ଭାଇରସ ନେଇ ଆସିଛନ୍ତି।