Odia News Portal

୨ଶହ କୋଟି କ୍ଲବରେ ସାମିଲ ହେବ ‘ହାଉସଫୁଲ୍-୪’

ମୁମ୍ବାଇ() ‘ହାଉସ୍ଫୁଲ-୪’ ଏବେ ୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଅକ୍ଷୟ କୁମାର, ବବି ଦେଓଲ, ରିତେଶ ଦେଶମୁଖ, କ୍ରିତି ସାନନ, ପୂଜା ହେଗଡେ ଓ କୃତି ଖରବନ୍ଦାଙ୍କ ଭଳି କଳାକାର ଏଥିରେ ଅଭିନୟ କରିଛନ୍ତି। ସୋମବାର ଏହା ୫.୫୦ରୁ ୫.୭୫ କୋଟି ବ୍ୟବସାୟ କରିଛି। ତେବେ ୧୧ଦିନ ମଧ୍ୟରେ ଫିଲ୍ମଟି ପ୍ରାୟ ୧୭୫ କୋଟି ଆୟ କରିଥିବା ଜଣାପଡିଛି। ତେଣୁ ଏହାକୁ ଦେଖିଲେ ଲାଗୁଛି କି ଏହା ଖୁବ୍ଶୀଘ୍ର ୨ଶହ କୋଟି କ୍ଲବରେ ସାମିଲ ହେବ।