Odia News Portal

୧ ଟଙ୍କାରେ ଇଡ୍ଲୀ ସମ୍ବର ବିକୁଛନ୍ତି ଏହି ୮୦ବର୍ଷୀୟା ବୃଦ୍ଧା , କାରଣ ପଢନ୍ତୁ …

ଯୌଥ ପରିବାରରେ ଜନ୍ମ ନେଇଥିବା କେ. କମାଲାଥଲଙ୍କୁ ଆରମ୍ଭରୁ ହିଁ ଅଧିକ ଲୋକଙ୍କ ପାଇଁ ଖାଇବା ତିଆରି କରିବାର ଅଭ୍ୟାସ ଥିଲା। ଏହାକୁ ସେ ନିଜର ରୋଜଗାରର ମାଧ୍ୟମ କରିଛନ୍ତି। ପୂର୍ବରୁ ସେ ୫୦ପଇସା ନେଉଥିବା ବେଳେ ଏବେ ୧ଟଙ୍କାରେ ଇଡ୍ଲୀ, ସମ୍ବର ଓ ଚଟନୀ ବିକ୍ରି କରୁଛନ୍ତି। ପ୍ରତିଦିନ ସେ ୧,୦୦୦ଇଡ୍ଲୀ ବିକ୍ରି କରିଥାନ୍ତି ବୋଲି ଜଣାପଡ଼ିଛି।

ସେ ନେଇ ପ୍ରଶ୍ନ କରାଯିବା ପରେ ସେ କହିଥିଲେ, “ବଦିଭେଲମ୍ପାଲ୍ୟମରେ କିଛି ଲୋକ ଏଭଳି ଅଛନ୍ତି, ଯେଉଁମାନେ ପ୍ଲେଟ୍ ପିଛା ୧୫-୨୦ଟଙ୍କା ଦେଇ ଖାଇବାକୁ ସକ୍ଷମ ନୁହନ୍ତି । ମୁଁ ଏହାକୁ ଟଙ୍କା ଆୟ କରିବା ପାଇଁ ନୁହେଁ ଗରିବ ଓ ଭୋକିଲା ରହୁଥିବା ଲୋକଙ୍କ ପାଇଁ କରୁଛି।”