ମୁମ୍ବାଇ () ନିଦରେ ଚାଲନ୍ତି ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍। ଏକଥା ନିଜେ ଇଲିଆନା ଟୁଇଟ୍ କରି କହିଛନ୍ତି । ଖାଲି ସେତିକି ନୁହେଁ । ନିଦରେ ଚାଲିବା ଦ୍ୱାରା ତାଙ୍କର ପାଦରେ ଦାଗ ଅଥବା ଖଣ୍ଡିଆ ମଧ୍ୟ ହୋଇଯାଏ। ନେକ ଫ୍ୟାନ୍ ତାଙ୍କୁ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କହିଛନ୍ତି ।
ଇଲିଆନା ଆଗାମି ଫିଲ୍ମ ‘ପାଗଲପନ୍ତି’ପାଇଁ ବ୍ୟସ୍ତ ଅଛନ୍ତି। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଅନୀଶ ବଜ୍ମି।