ନୂଆଦିଲ୍ଲୀ() ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚା ରହିଥାନ୍ତି। ବିବାଦରେ ଥିବା ଇମ୍ରାନଙ୍କ ଜୀବନଶୈଳୀ ସଂପର୍କରେ ଆସନ୍ତୁ ଜାଣିବ।।

ସାଧାରଣତଃ ଇମ୍ରାନ ଖାନ ସରଳ ଜୀବନଯାପନ ଅତିବାହିତ କରିଥାନ୍ତି। ଏପରିକି ରାସ୍ତାରେ ଠେଲା ଗାଡିରେ ବିକ୍ରି ହୋଇଥିବା ଖାଦ୍ୟ ସେ ଖାଇଥାନ୍ତି। ଅଧିକ ଚାକ୍ଚକ୍ୟ ସ୍ଥାନରେ ଇମ୍ରାନ ଖାଇବାକୁ ପସନ୍ଦ କରନ୍ତି ନାହିଁ। ଯେତେବେଳେ ଯାହା ମିଳେ ସେ ଖାଇ ଦିଅନ୍ତି। ଆମିଷ ଖାଇବା ପାଇଁ ଇମ୍ରାନ ଅଧିକ ପସନ୍ଦ କରନ୍ତି। ସେ ଦେଶୀ ଚିକେନ ଖାଇବାକୁ ଅଧିକ ପସନ୍ଦ କରନ୍ତି ।ଇମ୍ରାନ ପ୍ରତ୍ୟେକ ଦିନ ବଜାରରୁ ଦହି, ଫଳ ଓ ଆଣ୍ଡା ନିଜେ ନେଇଥାନ୍ତି ବୋଲି ପାକ୍ ମିଡିଆରୁ ସୂଚନା ମିଳିଛି। ଇମ୍ରାନଙ୍କ ଜୀବନଶୈଳୀ ସଂପର୍କରେ ପାକ୍ ମିଡିଆରୁ ସୂଚନା ମିଳିଛି।
