ନୁଆଦିଲ୍ଲୀ : ଫଟୋ ଓ ଭିଡିଓ ସେୟାରିଂ ସୋସିଆଲ ନେଟୱର୍କିଂ ସର୍ଭିସ୍ ଇନଷ୍ଟାଗ୍ରାମ ନୂଆ ଭିଡିଓ ଏଡିଟିଂ ଟୁଲ୍ ଲଞ୍ଚ କରିଛି । ଏହି ଟୁଲ୍ ବ୍ରାଜିଲରେ ଲଞ୍ଚ କରାଯାଇଛି । ଏଥିରେ ସେହି ସବୁ ଗୁଣ ଅଛି ଯେଉଁଥିପାଇଁ ଟିକ୍ ଟକ୍ ଫେମସ ହୋଇଛି । ଏହି ଭିଡିଓ ଏଡିଟିଂ ଟୁଲର ନାମ ରିଲ୍ସ ଏବଂ ଏହାର iOS ଓ ଆଣ୍ଡ୍ରଏଡ୍ ଉଭୟ ପାଇଁ ଉପଲବ୍ଧ ।
ରିପୋର୍ଟ ଅନୁସାରେ ଏହି ନୂଆ ଟୁଲରେ ୟୁଜର୍ସ ୧୫ ସେକେଣ୍ଡର ଭିଡିଓ କ୍ଲିପ୍ ପ୍ରସ୍ତୁତ କରିପାରିବେ । ଭିଡିଓକୁ ରେକର୍ଡ କରିବା ପରେ ଏହାକୁ ନିଜ ଇନଷ୍ଟାଗ୍ରାମ ସିରିଜରେ ସେୟାର କରିପାରିବେ । ରିଲ୍ସ ସେକ୍ସନ ଏକ୍ସଫ୍ଲୋର ଟ୍ୟାବରେ ନଜର ଆସିବ ।
ଏନେଇ ଇନଷ୍ଟାଗ୍ରାମ ପ୍ରଡକ୍ଟ ମ୍ୟାନଜମେଣ୍ଟ ଡାଇରେକ୍ଟର ରବି ଷ୍ଟିନ୍ କହିଛନ୍ତି ଯେ କୌଣସି ବି ୨ ପ୍ରଡକ୍ଟ ସମାନ ହୋଇପାରିବେନି । ସେ ଏହାମଧ୍ୟ କହିଛନ୍ତି ଯେ ରିଲ୍ସ ଅପ୍ସନକୁ ଅଧିକ ଉତ୍ତମ ଓ ଉନ୍ନତ କରିବା ପାଇଁ ଚେଷ୍ଟା କରାଯିବ । ଟିକଟକ୍ ଭଳି ଏଥିରେ ମଧ୍ୟ ୟୁଜର୍ସ ମିଡିଆ ଲାଇବ୍ରେରୀରୁ ନିଜ କ୍ଲିପ୍ସରେ ମ୍ୟୁଜିକ୍ ଯୋଡିପାରିବେ । ଯଦି ୟୁଜର୍ସ ଲାଇବ୍ରେରୀରେ ଉପଲବ୍ଧ ମ୍ୟୁଜିକରେ ଖୁସି ନାହାଁନ୍ତି ତେବେ ଅନ୍ଯ କେଉଁ ଭିଡିଓରୁ ମ୍ୟୁଜିକ୍ ନେଇ ଏହାକୁ ନିଜ ଢଙ୍ଗରେ ଭିଡିଓ ପ୍ରସ୍ତୁତ କରିପାରିବେ ।
