Odia News Portal

କିଛି ଲୋକ ଜାଣିଶୁଣି ବଲିଉଡ଼କୁ ବଦନାମ କରୁଛନ୍ତି 

ନୂଆଦିଲ୍ଲୀ()  ବଲିଉଡ଼କୁ ଜାଣିଶୁଣି ବଦନାମ କରାଯାଉଛି । କିଛି ଲୋକ ବଦନାମ କରୁଛନ୍ତି  । ତେଣୁ ସରକାର ବଲିଉଡ଼ ସପକ୍ଷରେ ବାହାରନ୍ତୁ ବୋଲି ଜୟା ବଚ୍ଚନ କହିଛନ୍ତି  । ଏପରିକି ବିଜେପି ସାଂସଦ ରବି କିଶନଙ୍କ ନାଁ ନନେଇ ସେ କହିଛନ୍ତିଯେ, କିଛି ଲୋକ ଯେଉଁ ଥାଳିରେ ଖାଉଛନ୍ତି, ସେଇ ଥାଳିରେ କଣା କରୁଛନ୍ତି  ।

ଜୟା କହିଲେଯେ, ଦେଶରେ କୌଣସି ସମସ୍ୟା ଆସିଲେ ବଲିଉଡ଼ରୁ ଅଧିକାଂଶ ଲୋକ ସହାୟତା ଦେବା ପାଇଁ ଠିଆ ହେଉଛନ୍ତି  । ବଲିଉଡ଼କୁ ବଦନାମ କରାଯାଉଥିବାରୁ ତାହା ତାଙ୍କୁ ପୀଡ଼ା ଦେଉଛି  । ବଲିଉଡ଼ ସହ ସଂପୃକ୍ତ ବ୍ୟକ୍ତି ବି ବଲିଉଡ଼ ବିରୋଧରେ କହିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଜୟା ବଚ୍ଚନ ପ୍ରକାଶ କରିଛନ୍ତି  । କିଛି ଲୋକଙ୍କ ପାଇଁ ପୂୂରା ବଲିଉଡ଼କୁ ସମାଲୋଚନା କରାଯାଇପାରିବ ନାହିଁ ବୋଲି ଜୟା କହିଛନ୍ତି  ।

ସୂଚନାଯୋଗ୍ୟଯେ, ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ବଲିଉଡ଼କୁ ଟାର୍ଗେଟ କରାଯାଉଛି  । କେବେ ପ୍ରିୟାପ୍ରୀତିକୁ ନେଇ ସମାଲୋଚନା କରାଯାଉଥିବାବେଳେ ଆଉ କେବେ ଡଗ୍ରସ ପ୍ରସଙ୍ଗରେ ବି ସମାଲୋଚିତ ହୋଇଛି ବଲିଉଡ଼  ।