ଭୁବନେଶ୍ବର() ଚର୍ଚ୍ଚାରେ ଅଭିନେତ୍ରୀ ଜିନା ସାମଲ । ଆଲ୍ବମ୍ ସହିତ ଉଭୟ ବଡ଼ ଓ ଛୋଟ ପରଦାରେ ଅଭିନୟ କରିଥିବା ଜିନା ଯଲିଉଡ୍ରେ ବି ପାଦ ଥାପିବାକୁ ଆଗ୍ରହୀ। ନିକଟରେ ଏକ ଚାଟ୍ ଶୋ’ରେ ସେ ନିଜେ ଏ ନେଇ କହିଥିଲେ। ସେ କହିଥିଲେ ଯେ ତାଙ୍କୁ ଯଲିଉଡ୍ରୁ ଅନେକ ଅଫର୍ ମିଳିଛି। ସେମାନେ ଭଲ ପଇସା ଦେବାକୁ ମଧ୍ୟ କହିଛନ୍ତି।
ଜିନା କହିଥିଲେ ଯେ ତାଙ୍କର ବି ଯଲିଉଡ୍ ପ୍ରତି ଆଗ୍ରହ ରହିଛି। ସେ ବି ଯାତ୍ରା ମଞ୍ଚରେ ଦର୍ଶକଙ୍କୁ ତାଙ୍କ ଅଭିନୟ ଦେଖାଇବାକୁ ଚାହୁଁଛନ୍ତି। ବର୍ତ୍ତମାନ ସମୟ ଅଭାବରୁ ସେ ଯାଇପାରୁ ନଥିବା କହିଥିଲେ।