Odia News Portal

ଅଭିନୟ ଜଗତରେ ୬୦ ବର୍ଷ ପୂରଣ କଲେ ଏହି ଅଭିନେତା

ମୁମ୍ବାଇ()ଅଭିନୟ ଜଗତରେ ୬୦ ବର୍ଷ ପୂରଣ କଲେ ଅଭିନେତା କମଲ ହାସନ । ସେଥିଲାଗି ଚେନ୍ନାଇ ଓ କମଲଙ୍କ ହୋମଟାଉନ ପରମାକୁଡ଼ିରେ ତିନିଧରି ଉତ୍ସବ ପାଳନ କରାଯିବ। ଏହି କାର୍ୟ୍ୟକ୍ରମ ୭ରୁ ୯ ନଭେମ୍ବର ପର୍ୟ୍ୟନ୍ତ ହେବ।

କମଲ ହାସନଙ୍କ ଅଭିନୀତ ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଥାଆନ୍ତି। ୧୯୬୦ ମସିହାରେ ଶିଶୁ କଳାକାର ଭାବେ ସେ ଅଭିନୟ ଜଗତରେ ପାଦ ଥାପିଥିଲେ। ତାମିଲ ଫିଲ୍ମ କଲାଥୁର କନ୍ନମ୍ମା ଫିଲ୍ମରେ ସେ ଶିଶୁ କଳାକାର ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ରାଷ୍ଟ୍ରପତି ଗୋଲ୍ଡ ମେଡାଲ ପୁରସ୍କାର ମିଳିଥିଲା। ସେ ତାମିଲ, ହିନ୍ଦୀ, ତେଲଗୁ ଓ ମଲୟାଲମ ଭଳି ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି।