Odia News Portal

ମୋ ପରିବାର କଂଗ୍ରେସ ସମର୍ଥିତ ହୋଇଥିଲେ ମଧ୍ୟ ବିଜେପି ଆମକୁ ସାହାଯ୍ୟ କଲା

ନୂଆଦିଲ୍ଲୀ()  କଙ୍ଗନା ରଣଓ୍ବାତଙ୍କ ମା’  ଆଶା ରଣଓ୍ବାତ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସଂପ୍ରତି ମହାରାଷ୍ଟ୍ରରେ କଙ୍ଗନାକୁ ନେଇ ଚାଲିଥିବା ରାଜନୀତି ଉପରେ ସେ କହିଛନ୍ତି ଯେ ଆମ ପରିବାର କିଛି ବର୍ଷଧରି କଂଗ୍ରେସକୁ ସମର୍ଥନ କରିଆସୁଥିଲୁ । ଏହା ଜାଣିମଧ୍ୟ ଗୃହମନ୍ତ୍ରୀ ଅମିତ ଶାହ ମୋ ଝିଅର ସୁରକ୍ଷା ପାଇଁ ସୁରକ୍ଷାକର୍ମୀ ନିୟୋଜିତ କରିଛନ୍ତି । ଏବେ ଆମେ ବିଜେପିକୁ ସମର୍ଥନ କରିବୁ ।

ବିଜେପିରେ ମିଶିବା ପରେ ଏକ ଜାତୀୟ ଗଣମାଧ୍ୟମକୁ ଆଶା କହିଛନ୍ତି ଯେ ସାରା ଦେଶର ଆଶିର୍ବାଦ କଙ୍ଗନାଙ୍କ ଉପରେ ରହିଛି । ମୁଁ ଗର୍ବରେ କହିବି କି ମୋ ଝିଅ ସର୍ବଦା ସତ୍ୟ ସହ ସଂଗ୍ରାମ କରୁଛି । ମୁଁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଉଛି । ଏମିତି ବି ଆମ ପରିବାର ବିଜେପି ସହ ଜଡିତ ନୁହେଁ । ଆମେ କଂଗ୍ରେସକୁ କିଛିବର୍ଷ ହେବ ସମର୍ଥନ କରିଆସୁଥିଲୁ । ମୋର ଜେଜେ ଶ୍ବଶୂର କଂଗ୍ରେସ ଦଳର ଜଣେ ସଦସ୍ୟ ଥିଲେ । ଏପରିକି ବିଜେପି ଯେତେବେଳେ ଜାଣିଲା ଆମେ କଂଗ୍ରେସ ଦଳର ବୋଲି, ସେତେବେଳେ ମଧ୍ୟ ଆମକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଲା ।

ଏଥିସହ ଆଶା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବର୍ତ୍ତମାନ ମହାରାଷ୍ଟ୍ରରେ ମୋ ଝିଅ ସହ ଯାହା ଘଟୁଛି , ଯଦି ସୁରକ୍ଷା ଯୋଗାଇ ଦିଆଯାଇନଥାନ୍ତା ତେବେ ମୋ ଝିଅର ଯେ କଣ ହୋଇଥାନ୍ତା ତାହା ଭଗବାନ ହିଁ କେବଳ ଜାଣିଛନ୍ତି ।