Odia News Portal

ମୁମ୍ବାଇ ନଆସିବାକୁ ଧମକ

ମୁମ୍ବାଇ() ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତୁ୍ୟ ମାମଲାରେ ଖୋଲାଖୋଲି ତଥା ସାହସର ସହିତ ବୟାନ ଦେଉଥିବା ବଲିଉଡ ଅଭିନ୍ରେତୀ କଙ୍ଗନା ରାଣାୱତ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମୁମ୍ବାଇ ନଆସିବାକୁ ତାଙ୍କୁ ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ତାଙ୍କୁ ଏଭଳି ଧମକ ଦେଇଥିବା ଲୋକଙ୍କ ନାମ ଶୁଣିଲେ ଯେ କେହି ବି ଆଶ୍ଚର୍ୟ୍ୟ ହେବ । ଶିବସେନା ନେତା ସଞ୍ଜୟ ରାଉତ ତାଙ୍କୁ ଖୋଲାଖୋଲି ଧମକ ଦେଇଥିବା କଙ୍ଗନା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏବେ ମୁମ୍ବାଇ ପାକ ଅଧିକୃତ କାଶ୍ମୀର ଭଳି ଲାଗୁଛି ବୋଲି କଙ୍ଗନା କହିଛନ୍ତି ।