ସୁନିଲ୍ ଗ୍ରୋଭର୍ଙ୍କର ଶୋ ‘କାନପୁରୱାଲେ ଖୁରାନାଜ୍’ ବନ୍ଦ ହେବାକୁ ଯାଉଛି। ସେପଟେ ସୁନିଲ୍ଙ୍କର ଶୋକୁ ନେଇ ସୋଶାଲ ମିଡିଆରେ ୟୁଜର୍ ଟ୍ରୋଲ୍ କରିବାରେ ଲାଗିଛନ୍ତି।
ସୁନିଲ୍ଙ୍କ ଶୋ’କୁ ସୋଶାଲ ମିଡିଆରେ କପିଲ୍ ଶର୍ମାଙ୍କ ଶୋ ସହିତ ତୁଳନା କରାଯିବା ପରେ ସୁନିଲ୍ ଏହାର ଜବାବ ଦେଇଛନ୍ତି।
ଏକ ଇଣ୍ଟରଭ୍ୟୁରେ ସୁନିଲ୍ ଗ୍ରୋଭର୍ କହିଛନ୍ତି, “’କାନପୁର୍ୱାଲେ ଖୁରାନାଜ୍’ ଶୋ’କୁ ମୁଁ କେବଳ ୧୬ ଏପିସୋଡ୍ର ସୁଟ୍ କରିଥିଲି। ବର୍ତ୍ତମାନ ଏହି ଶୋ’ ମୋ ପାଇଁ ହିଁ ବନ୍ଦ ହେବାକୁ ଯାଉଛି। ଏହି ଶୋ’କୁ ମୁଁ ୮ ସପ୍ତାହ ପାଇଁ ସାଇନ୍ କରିଥିଲି। ଏହାର କାରଣ ହେଉଛି, ସଲମାନ୍ ଖାନ୍ଙ୍କ ଫିଲ୍ମ ‘ଭାରତ’ର ଶୁଟିଂ। ମୁଁ ଏ ସମ୍ପର୍କରେ ପ୍ରଥମରୁ ସୂଚନା ଦେଇ ସାରିଛି ଯେ, କିଛି ଏପିସୋଡ୍ ପାଇଁ ହିଁ ଏହି ଶୋ’କୁ ଆରମ୍ଭ କରାଯାଇଥିଲା।“
ଭାରତର ଶୁଟିଂ ଚାଲୁଥିବା ସମୟରେ ମୋ ପାଖରେ ଅଧିକ ସମୟ ନ ଥିଲା। ଶୋ’କୁ ସୋଶାଲ ମିଡିଆରେ ଟ୍ରୋଲ୍ କରାଯିବା ପରେ ସୁନିଲ୍ କହିଛନ୍ତି, ଯେତେ ଲୋକ ମୋତେ ଟ୍ରୋଲ୍ କରିଛନ୍ତି, ସେଥିରୁ ୯୦ ପ୍ରତିଶତ ଫେକ୍ ଆଇଡି । ପାଖାପାଖି ୭୦ରୁ ୮୦ ପ୍ରତିଶତ ଆଇଡି ବିନା ପ୍ରୋଫାଇଲ୍ ଫଟୋ ଓ ନାମରେ ତିଆରି ହୋଇଛି।“
