ମୁମ୍ବାଇ() କପିଲ୍ ଶର୍ମା ଏବେ ବାପା ହେବାକୁ ଯାଉଛନ୍ତି। ତାଙ୍କ ପତ୍ନୀ ଗିନ୍ନି ଚତ୍ରଥ୍ ଶୀଘ୍ର ମାଆ ହେବାକୁ ଯାଉଛନ୍ତି ବୋଲି ଶୁଣାଯାଉଛି। ଯଦି ଏହା ସତ ତାହାଲେ ଏହା କପିଲ୍ ଏବଂ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଏହି ବିଷୟରେ କିନ୍ତୁ କପିଲ୍ଙ୍କ ପରିବାର ପକ୍ଷରୁ କିଛି ବି ଘୋଷଣା କରାଯାନାହିଁ।
କପିଲ୍ ଶର୍ମାଙ୍କ ଶୋ’ ‘ଦି କପିଲ୍ ଶର୍ମା ଶୋ’ ନଂ ୧ କମେଡି ଶୋ’ର ମୁକୁଟ ପିନ୍ଧି ସାରିଛି। ସେ ଷ୍ଟାଣ୍ଡ ଅପ୍ କମେଡିଆନ୍ ଶୋ’ ଭାବେ ସାର୍ଟିଫିକେଟ୍ ପାଇସାରିଛନ୍ତି। ଏହାକୁ ସେ ସୋଶାଲ୍ ସାଇଟ୍ ଇନଷ୍ଟାଗ୍ରାମ୍ରେ ଶେଆର କରିଛନ୍ତି। ଏହି ଅବସରରେ ଫ୍ୟାନ୍ସମାନେ ମଧ୍ୟ କପିଲ୍ଙ୍କୁ ଶୁଭକାମନା ଦେଇଛନ୍ତି।