Odia News Portal

“ଗେ ଲଭ ଷ୍ଟୋରୀ” ନିର୍ମାଣ କରିବେ କରଣ

ବଲିଉଡ଼ ଫିଲ୍ମ ନିର୍ମାତା କରଣ ଜୋହର ନିଜର ଭିନ୍ନ କାହାଣୀ ବିଶିଷ୍ଟ ଦମଦାର ଫିଲ୍କ ପାଇଁ ବେଶ ଜଣାଶୁଣା। ତାଙ୍କର ଫିଲ୍ମର କାହାଣୀ ଅନ୍ୟ ଫିଲ୍ମ ମାନଙ୍କ ଅପେକ୍ଷା କିଛି ଭିନ୍ନ ସ୍ବାଦର ହୋଇଥାଏ। ତେବେ କରଣ ଆଗକୁ ଏକ ଗେ ଲଭ ଷ୍ଟୋରୀ ପ୍ରସ୍ତୁତ କରିବା ନେଇ ଖବର ଆସିଛି। ନିକଟରେ ଏକ ସାକ୍ଷାତକାର ସମୟରେ କରଣ ଜୋହର କହିଛନ୍ତି ସେ ଆଗକୁ ଏକ ହୋମସେକ୍ସସୁଆଲ ଫିଲ୍ମ ନିର୍ମାଣ କରିବାପାଇଁ ଯାଉଛନ୍ତି।
ତେବେ ଏହାର ରିଲିଜ୍ ତଥା ଷ୍ଟାର କାଷ୍ଟ ବିଷୟରେ କୌଣସି ସୂଚନା ମିଳିନାହିଁ। ତେବେ ବର୍ତ୍ତମାନ ଚାଲିଥିବା ତକ୍ଷତ୍ ଫିଲ୍ମର ନିର୍ମାଣ ପରେ ସେ ଏହି ହୋମସେକ୍ସସୁଆଲ ଫିଲ୍ମର ନିର୍ମାଣ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।