କଫି ଓ୍ଵିଥ୍ କରନରେ ମହିଳା ବିରୋଧୀ ଅଶ୍ଳିଳ ମନ୍ତବ୍ୟ ଦେଇ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ଅଡୁଆରେ ପଡିବା ପରେ ଶେଷରେ ମୁହଁ ଖୋଲିଛନ୍ତି ଶୋର ହୋଷ୍ଟ ତଥା ପ୍ରଯୋଜକ ନିର୍ଦ୍ଦେଶକ କରନ ଜୋହର। ଶୋକୁ ନେଇ ବିବାଦ ଦେଖାଦେବା ପରେ ଏପର୍ୟ୍ୟନ୍ତ କରନ ଏକଦମ୍ ଚୁପ୍ ରହିଥିଲେ
ତେବେ ନିକଟରେ ଏକ ସାକ୍ଷାତକାରରେ କରନ କହିଛନ୍ତି “ଏହି ସୋ ମୋର। ତେଣୁ ମୁଁ ଏଥିପାଇଁ ଦାୟୀ। ଏହା ମୋର ପ୍ଲାଟଫର୍ମ। ମୁଁ ଅତିଥିଙ୍କୁ ମୋ ଚ୍ୟାଟ ସୋକୁ ନିମନ୍ତ୍ରଣ କରେ। ମୁଁ ଭାବୁଥିଲି କେମିତି ଭୁଲ ସବୁକୁ ଠିକ୍ କରିବି ଯାହାଫଳରେ ସବୁକିଛି ପୂର୍ବ ଭଳି ହୋଇଯିବ। କିନ୍ତୁ ଏଠି ମୋ କଥା ଶୁଣିବାକୁ କେହି ନାହାନ୍ତି। ଏକଥା ଏମିତି ସ୍ତରକୁ ଚାଲିଗଲାଣି ଯାହା ମୋ କଣ୍ଟ୍ରୋଲ ବାହାରେ। ମୁଁ ସ୍ପଷ୍ଟୀକରଣ ରଖୁନି। ମୁଁ ଖାଲି ସେ ଦୁଇଜଣଙ୍କୁ ସେସବୁ ପ୍ରଶ୍ନ କରିଥିଲି ଯାହା ଆଲିୟା ଭଟ୍ଟ ଓ ଦୀପିକା ପାଦୁକୋନଙ୍କ ଭଳି ଷ୍ଟାରଙ୍କୁ ବି ପଚାରିଥିଲି। ମୋର କାମ କେବଳ ପ୍ରଶ୍ନ ପଚାରିବା। ସେପଟୁ କଣ ଜବାବ ଆସିବ ତାହା ମୋର ନିୟନ୍ତ୍ରଣ ବାହାରେ। ମୁଁ ଦୁଃଖିତ ଯେ ମୋ ଯୋଗୁଁ ସେମାନଙ୍କୁ ଏସବୁ ସହିବାକୁ ପଡିଲା”, ବୋଲି କହିଛନ୍ତି କରନ।
ପ୍ରକୃତରେ କରଣ ଯୋହରଙ୍କ କଫି ୱିଥ୍ କରନ ସୋରେ ହାର୍ଦ୍ଦିକ୍ ପାଣ୍ଡ୍ୟା ଏବଂ କେଏଲ୍ ରାହୁଲ୍ ଆସିଥିଲେ । ତେବେ ସୋରେ ପାଣ୍ଡ୍ୟା ଏମିତି କିଛି କଥା କହିଦେଇଥିଲେ ଯାହା ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା । ଏଥିରେ ପାଣ୍ଡ୍ୟା ମହିଳା ବିରୋଧୀ ବୟାନ୍ ଦେଇଥିଲେ । ପାଣ୍ଡ୍ୟା କହିଥିଲେ ତାଙ୍କ ପରିବାର ଖୁବ୍ ଖୋଲା ବିଚାରର । ଏପରିକି ଯେତେବେଳେ ସେ ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିଥିଲେ ଘରକୁ ଆସି କହିଥିଲେ ।
ସେହିପରି ଏକ ପାର୍ଟିକୁ ନିଜ ବାପା ମାଙ୍କୁ ନେଇ ଯାଇଥିଲେ । ଯେଉଁଠି ବାପା ପ୍ରଶ୍ନ ପଚାରିଥିଲେ କେଉଁ ଯୁବତୀକୁ ଦେଖୁଛ ? ପାଣ୍ଡ୍ୟା ଜଣକ ପରେ ଜଣେ ଯୁବତୀଙ୍କ ଆଡକୁ ଆଙ୍ଗୁଠି ଦେଖାଇ କହିଥିଲେ ସମସ୍ତଙ୍କୁ ଦେଖୁଛି ।କେବଳ ସେତିକି ନୁହେଁ ରାପିଡ୍ ଫାୟାର୍ ରାଉଣ୍ଡରେ ଉତ୍ତର ଦେଇ ଉଭୟ ଖେଳାଳୀ କହିଥିଲେ ସଚିନଙ୍କଠୁ ଭଲ ବିରାଟ୍ କୋହଲୀ । ଏହି ବୟାନ୍ ପରେ ପ୍ରଶଂସକଙ୍କ ଟାର୍ଗେଟକୁ ଚାଲି ଆସିଛନ୍ତି ପାଣ୍ଡ୍ୟା । ତାଙ୍କର ଏଭଳି ବୟାନକୁ ନେଇ ଖୁବ୍ ସମାଲୋଚନା କରିଛନ୍ତି ସୋସିଆଲ୍ ମିଡିଆରେ ।
Sign in
Sign in
Recover your password.
A password will be e-mailed to you.