Odia News Portal

ଯତ୍ନ ନେଉଥିବା ନାନୀଙ୍କ ମାସିକ ଦରମା ଏତିକି ଟଙ୍କା

ମୁମ୍ବାଇ() ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ଓ ସୈଫ୍ ଅଲୀ ଖାନ୍ଙ୍କ ପୁତ୍ର ତୈମୁରଙ୍କୁ କିଏ ବା ନଜାଣେ? ଜର୍ଣ୍ଣାଲିଷ୍ଟମାନେ ତୈମୁରଙ୍କୁ ଯେଉଁଠି ଦେଖନ୍ତି ତାଙ୍କର ଫଟୋ ନିଆନ୍ତି ଏବଂ ସେସବୁକୁ ସୋଶାଲ୍ ମିଡିଆରେ ଶେଆର କରନ୍ତି। ତେବେ ଆପଣ ତୈମୁରଙ୍କ ଫଟୋ କିମ୍ବା ଭିଡିଓ ଦେଖିବା ସମୟରେ ତାଙ୍କ ପାଖରେ ଜଣେ ନାନୀ ବା ଧାଇଙ୍କୁ ଦେଖିଥିବେ ଯେ ଧଳା ରଙ୍ଗର ଏକ ଲମ୍ବା ଶର୍ଟ ଏବଂ ଡେନିମ୍ ପ୍ୟାଣ୍ଟ ପିନ୍ଧି ତାଙ୍କ ପାଖରେ ଠିଆ ହୋଇଥିବେ। ତାଙ୍କୁ ତୈମୁରଙ୍କ ଯତ୍ନ ନେବା ପାଇଁ ରଖାଯାଇଛି।

ତେବେ ଆପଣ ଜାଣନ୍ତି କି ତୈମୁରଙ୍କ ଯତ୍ନ ନେବା ପାଇଁ ମାସିକ ତାଙ୍କୁ କେତେ ଟଙ୍କା ମିଳିଥାଏ? ନିକଟରେ ପିଙ୍କଭିଲ୍ଲାକୁ ଦେଇଥିବା ଏକ ସାକ୍ଷାତକାରରେ କରୀନା ଏହାର ଖୁଲାସା କରିଥିଲେ। ବେବୋ କହିଥିଲେ, ତାଙ୍କୁ ମାସିକ ୧,୫୦,୦୦୦ରୁ ଅଧିକ ଟଙ୍କା ମିଳେ।