ମୁମ୍ବାଇ()‘କଫି ଓ୍ବିଥ କରଣ’ରେ କ୍ୟାଟରିନା କୈଫ ନିଜ ମନ କଥା କରଣ ଜୋହରଙ୍କୁ କହିଛନ୍ତି । କୁହାଯାଉଥିଲା ଯେ ରଣବୀର କପୁରଙ୍କଠୁ ଅଲଗା ହେବା ପରେ କ୍ୟାଟରିନା ସଲମାନଙ୍କ ପାଖକୁ ଫେରି ଆସିଛନ୍ତି। କୀନ୍ତୁ ଏହା ଏକ ଗୁଜବ ଥିଲା। କରଣ ,କ୍ୟାଟରିନାଙ୍କୁ ପଚାରିଥିଲେ ଯେ ସେ କାହା ସହିତ ଫିଲ୍ମ କରିବାକୁ ଚାହୁଁଛନ୍ତି? ସେତେବେଳେ କ୍ୟାଟରିନା କହିଥିଲେ ଯେ ସେ ବିକି କୌଶଲଙ୍କ ସହ କାମ କରିବାକୁ ଚାହୁଁଛନ୍ତି। ବାସ୍ ତାଙ୍କ ଚାହାଣି ଏବଂ ଭଙ୍ଗୀରେ ହିଁ କ୍ୟାଟ୍ରିନା ସବୁ କଥା କହି ଦେଇଥିଲେ।
ଏହି ଶୋ ପରେ ପରେ ଉଭୟଙ୍କ ଡେଟିଙ୍ଗର ଖବର ଆସିଥିଲା। କିଛି ଦିନ ତଳେ ଏକ ଆଓ୍ବାର୍ଡ଼ ଶୋରେ ଉଭୟଙ୍କ ମଧ୍ୟରେ ଚିଟଚ୍ୟାଟ ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା। ଲୁଚି ଲୁଚି ଦେଖା କରୁଥିବା ଫଟୋ ମଧ୍ୟ କ୍ୟାମେରାରେ କଏଦ ହୋଇଥିଲା।