କନ୍ନଡ୍ ଫିଲ୍ମ KGF ବର୍ତ୍ତମାନ୍ ସାରାଦେଶରେ ସୁପର୍ହିଟ୍ ହୋଇଛି। ଏହାର କାରଣ ହେଉଛି କନ୍ନଡ୍ ସୁପର୍ଷ୍ଟାର୍ ୟଶ୍। ୟଶ୍ଙ୍କର ଅଭିନୟକୁ ଦର୍ଶକେ ପ୍ରଶଂସା କରିବା ସହିତ ପସନ୍ଦ ମଧ୍ୟ କରୁଛନ୍ତି।ୟଶ୍ଙ୍କର ଜନ୍ମଦିନ ଥିଲା। ଏହି ଅବସରରେ ୟଶ୍ଙ୍କର ଜଣେ ଫ୍ୟାନ୍ ତାଙ୍କୁ ଦେଖା ନ କରି ପାରିବାରୁ ନିରାଶ ହୋଇ ଆତ୍ମହତ୍ୟା କରିଛନ୍ତି।
ରିପୋର୍ଟ ଅନୁସାରେ, ରବି ନାମକ ଜଣେ ୨୬ ବର୍ଷର ଯୁବକ ୟଶ୍ଙ୍କର ବଡ଼ ଫ୍ୟାନ୍ ଥିଲେ। ୮ ଜାନୁୟାରୀ ୨୦୧୯ରେ ଅଭିନେତା ୟଶଙ୍କୁ ( ଅସଲି ନାମ ନବୀନ କୁମାର ଗୌଡ), ୩୩ ବର୍ଷ ହେଲା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବା ପାଇଁ ଜଣେ ଫ୍ୟାନ ଆସିଲା । ଯିଏକି ପ୍ରତିବର୍ଷ ଶୁଭେଚ୍ଛା ଜଣାଇବା ଓ ସେଲଫି ନେବା ପାଇଁ ଆସେ । କିନ୍ତୁ ଏବର୍ଷ ୟଶ ନିଜ ଜନ୍ମଦିନ ପାଳନ କରୁନଥିଲେ କାହିଁକିନା ତାଙ୍କର ଜଣେ ପରିଜନଙ୍କ ମୃତ୍ୟୁ ହୋଇଯାଇଛି । ଏହି ନ୍ୟୁଜ ସେ ନିଜ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ । ଏହାପରେ ବି ରବି ନାମକ ଫ୍ୟାନ ୟଶଙ୍କ ଘରକୁ ପହଂଚିଗଲେ । ତାଙ୍କୁ ୟଶଙ୍କ ସହ ଭେଟ ହେବାକୁ ଦିଆଯାଇନଥିବାରୁ ରବି ନିଜ ଉପରେ ପେଟ୍ରୋଲ ଢ଼ାଳି ୟଶଙ୍କ ଘର ସାମନାରେ ନିଜକୁ ନିଆଁ ଲଗାଇଦେଲେ । ଏହାପରେ ଆଖପାଖ ଲୋକ ତାଙ୍କ ଉପରେ କମ୍ବଳ ଢ଼ାଙ୍କି ତାଙ୍କୁ ଭିକ୍ଟୋରିଆ ହସପିଟାଲ ନେଇଗଲେ । ରବିଙ୍କ ଶରୀର ୭୦% ପୋଡିଯାଇଥିଲା । କିଛି ସମୟ ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରିବା ପରେ ସେ ପ୍ରାଣ ହରାଇଛନ୍ତି ।
ଏହାପରେ ୟଶ କହିଛନ୍ତି କି, “କାହାର ଫ୍ୟାନ ହେବା ଭଲ କଥା କିନ୍ତୁ ଭକ୍ତ ହେବା ଠିକ୍ ନୁହେଁ । ଏହା ମୋ ଫ୍ୟାନ ମାନଙ୍କ ପାଖକୁ ଠିକ୍ ମେସେଜ୍ ଯାଉନି ।”
