Odia News Portal

ଦେଖନ୍ତୁ ଲାଲ ପରୀ,ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ() ଡ୍ରେସିଂ ସେନ୍ସକୁ ନେଇ ଚର୍ଚ୍ଚିତ ବଲିଉଡ୍ ଅଭିନେତା ରଣବୀର ସିଂହ । ସେ ପ୍ରାୟ ସମୟରେ ଅଜବ ଅଜବ ଡ୍ରେସ୍ ପିନ୍ଧିବା ଦେଖିବାକୁ ମିଳେ। ଏଥିପାଇଁ ତାଙ୍କୁ ଅନେକ ଟ୍ରୋଲ୍ ମଧ୍ୟ କରାଯାଏ। ହେଲେ ତାଙ୍କୁ କିଛି ଫରକ ପଡ଼େନି। ରଣବୀର ଏକ ରେଡ୍ କଲର୍ ଲଙ୍ଗ୍ ହୁଡି ପିନ୍ଧି ମୁମ୍ବାଇର ଏକ ଡବିଂ ଷ୍ଟୁଡିଓରେ ପହଞ୍ଚିଥିଲେ। ଏହି ହୁଡିଟି ରଣବୀରଙ୍କ ଆଣ୍ଠୁ ତଳକୁ ବହୁତ ଲମ୍ବା ଥିଲା। ଏଥିସହ ସେ ବ୍ଲାକ୍ ଜିନ୍ସ ଓ ସବୁଜ ରଙ୍ଗର ଜୋତା ପିନ୍ଧିଥିଲେ। ତାଙ୍କର ଏହି ଲୁକ୍ ଦେଖି ଆପଣ ମଧ୍ୟ ନିଜ ହସକୁ ରୋକିପାରିବେ ନାହିଁ।

ଏହି ଲୁକ୍ରେ ରଣବୀରଙ୍କ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଯାହାକୁ ଦର୍ଶକ ଲଗାତାର ଭାବେ ଟ୍ରୋଲ୍ କରୁଛନ୍ତି। କେହି ତାଙ୍କୁ ତାନ୍ତ୍ରିକ କହୁଛନ୍ତି ତ କେହି ଜୋକର୍ କହୁଛନ୍ତି। ତା’ସହିତ ଆଉ କେହି ଲାଲ୍ ପରୀ କହି ତାଙ୍କର ମଜା ଉଡ଼ାଉଛନ୍ତି।