ମୁମ୍ବାଇ() ରିଲିଜ ହେଲା ଅକ୍ଷୟ କୁମାର୍ଙ୍କ ଅପ୍କମିଂ ଫିଲ୍ମ ‘ଲକ୍ଷୀ ବମ୍ବ’ର ଫାଷ୍ଟ୍ ଲୁକ୍ର ପୋଷ୍ଟର୍। ଅକ୍ଷୟଙ୍କୁ ଏହି ପୋଷ୍ଟର୍ରେ କିନ୍ନର ଗେଟ୍ଅପ୍ରେ ଦେଖିବାକୁ ମିଳିଛି। ତାଙ୍କର ଏହି ଲୁକ୍ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ପୋଷ୍ଟରରେ ଲାଲ୍ ଶାଢ଼ି ସହ ମୁଣ୍ଡରେ ଲାଲ୍ ବିନ୍ଦି ଲଗାଇ ଅକ୍ଷୟ ବେଶ୍ ପାୱାରଫୁଲ୍ ଲାଗୁଛନ୍ତି। ଅକ୍ଷୟଙ୍କ ଲୁକ୍କୁ ଦେଖି ଜଣାପଡ଼ୁଛି ଯେ ଫିଲ୍ମରେ ତାଙ୍କ ଅଭିନୟ ମଧ୍ୟ ଜବରଦସ୍ତ ହୋଇଥିବ। ଏହି ପୋଷ୍ଟରଟିକୁ ଅକ୍ଷୟ ନିଜ ଟ୍ୱିଟର୍ ଆକାଉଣ୍ଟରେ ଶେଆର କରି ଲେଖିଛନ୍ତି ଯେ ନବରାତ୍ରୀ ଭଳି ପବିତ୍ର ଅବସରରେ ସେ ତାଙ୍କ ଲକ୍ଷ୍ମୀ ଲୁକ୍କୁ ସମସ୍ତଙ୍କ ସହିତ ଶେଆର୍ କରିଛନ୍ତି।

