Odia News Portal

ପ୍ରେମ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏହି ପପୁଲାର ଅଭିନେତ୍ରୀ

ମୁମ୍ବାଇ() ଅଭିନୟ ପାଇଁ ଜାତୀୟ ପୁରସ୍କାର ଜିତିଥିବା ରବିନା ର ଆଜି ଜନ୍ମଦିନ। ତେବେ ଏହି ଅବସରରେ ଆସନ୍ତୁ ଜାଣିବା ରବିନା ଟଣ୍ଡନ ଙ୍କ କିଛି ଅଜଣା କଥା । ରବିନାଙ୍କ ନାଁ ଦିନେ ଅଜୟ ଦେବଗନଙ୍କ ସହ ଯୋଡ଼ାଯାଉଥିଲା। ଏପରି ମଧ୍ୟ କୁହାଯାଉଥିଲା ଯେ ରବିନା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ଅଜୟ ଦେବଗନ ଏବଂ ରବିନା ଟଣ୍ଡନଙ୍କ ଏହି ପ୍ରେମ କାହାଣୀ ଉପରେ କେହି ଏତେ ଗୁରୁତ୍ବ ଦେଇନଥିବେ। ‘ଦିଲଓ୍ବାଲେ’ ଫିଲ୍ମର ସୁଟିଂ ସମୟରେ ଉଭୟଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ରବିନା ତାଙ୍କ ପ୍ରେମରେ ପାଗଳ ଥିଲେ। ଉଭୟଙ୍କ ଆଫେୟାରର ଖବର ଅଧିକାଂଶ ସମୟରେ ମ୍ୟାଗାଜିନ୍ ଏବଂ ଖବରକାଗଜରେ ପ୍ରକାଶିତ ହେଉଥିଲା।

ସେହି ସମୟରେ ଅଜୟ, କରିଶ୍ମା କପୁରଙ୍କ ସହ ଫିଲ୍ମ ‘ଜିଗର’ର ସୁଟିଂ କରୁଥିଲେ। ସେତେବେଳେ ଅଜୟ ,ରବିନାଙ୍କୁ ଛାଡ଼ି କରିଶ୍ମାଙ୍କ ପଛରେ ପଡ଼ିଥିଲେ। ଏସବୁ ଦେଖି ରବିନା ଡିପ୍ରେସନରେ ଚାଲିଯାଇଥିଲେ। ଏପରିକି ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।