Odia News Portal

ଏହି ଫିଲ୍ମ ଦେଖି ରାଗିଗଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ() ଚର୍ଚ୍ଚାରେ ଫିଲ୍ମ ‘ମଲଙ୍ଗ’ । ଗତ ଶୁକ୍ରବାର ଫିଲ୍ମଟି ରିଲିଜ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ୪୦ କୋଟି ଆୟ କରିଛି ଏହି ଫିଲ୍ମଟି । ଆଦିତ୍ୟ ରାୟ କପୁର ଓ ଦିଶା ପଟାନୀଙ୍କୁ ନେଇ ନିର୍ମାଣ ହୋଇଥିବା ଏହି ଥ୍ରୀଲର୍ ଫିଲ୍ମରେ ଗୋଆର ପାର୍ଟି କଲଚର୍ ଓ ରେବ୍ ପାର୍ଟିକୁ ଦେଖାଇବାକୁ ଚେଷ୍ଟା କରାଯାଇଛି।
ସୂଚନା ଅନୁସାରେ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଫିଲ୍ମଟିକୁ ଦେଖିବା ପରେ ଆପତ୍ତି ଉଠାଇଛନ୍ତି। ଫିଲ୍ମରେ ଗୋଆର ଡ୍ରଗ୍ସ କଲଚ୍ରକୁ ଦେଖା ଯାଇଥିବା ବେଳେ ଏହାକୁ ନେଇ ସେ ଆପତ୍ତି ଉଠାଇଛନ୍ତି। ଫିଲ୍ମରେ ରାଜ୍ୟର ଛବି ଖରାପ କରାଯାଇଛି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ସାୱନ୍ତ କହିଛନ୍ତି ଯେ ଗୋଆରେ ଭଲ ଆଇନ୍ ବ୍ୟବସ୍ଥା ରହିଛି। ତଥାପି ଗୋଆର ଚିତ୍ରକୁ ଫିଲ୍ମରେ ଏପରି କାହିଁକି ଦେଖାଯାଇଛି, ଯେପରି ଏହା ଏକ ଡ୍ରଗ୍ସ ଷ୍ଟେଟ୍। ‘ଏଣ୍ଟରଟେନ୍ମେଣ୍ଟ୍ ସୋସାଇଟି ଅଫ୍ ଗୋଆ’ ଏବେ ସବୁ ଫିଲ୍ମକୁ ରିଭ୍ୟୁ କରିବ।

ସେ ଆହୁରି କହିଛନ୍ତି, “ଆଗକୁ ଗୋଆକୁ ନେଇ ଫିଲ୍ମ ତିଆରି ପାଇଁ ଅନୁମତି ଦେବା ପୂର୍ବରୁ ‘ଏଣ୍ଟରଟେନମେଣ୍ଟ ସୋସାଇଟି ଅଫ୍ ଗୋଆ’ କାହାଣୀ ଗୁଡ଼ିକର ସମୀକ୍ଷା କରିବ। ଯଦି ସେଥିରେ ଗୋଆର ଛବି ଖରାପ ହେବା ଭଳି କିଛି ନଥିବ, ତା’ହେଲେ ଫିଲ୍ମ କରିବା ପାଇଁ ଅନୁମତି ଦିଆଯିବ।”