Odia News Portal

ବିଲ୍ ଗେଟସଙ୍କ ସହ ମଲ୍ଲିକା ସେରାୱତ୍

ମୁମ୍ବାଇ() ଅଭିନେତ୍ରୀ ମଲ୍ଲିକା ସେରାୱତ୍ ନିଜ ଆଇଟମ୍ ଗୀତ ପାଇଁ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ଟିଭ ରହୁଥିବା ମଲ୍ଲିକା ନିକଟରେ କିଛି ଫଟୋ ସେୟାର କରିଛନ୍ତି। ଇନଷ୍ଟାଗ୍ରାମରେ ମଲ୍ଲିକା ବିଲ ଗେଟସଙ୍କ ସହ ଏକ ଫଟୋ ସେୟାର କରିଛନ୍ତି।

ସୂଚନା ଅନୁସାରେ, ମେଜାନର ସିଇଓ ଏବଂ ଫାଉଣ୍ଡର ଜେକ ବେଜୋସ ଏକ ପାର୍ଟି ଆୟୋଜନ କରିଥିଲେ। ଏହି ପାର୍ଟି ଆମେରିକାର ଓ୍ଵାସିଂଟନ ଡିସିରେ ହୋଇଥିଲା। ଏହି ପାର୍ଟିରେ ମଲ୍ଲିକାଙ୍କୁ ବିଲ ଗେଟ୍ସଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଲା। ମାଇକ୍ରୋସଫ୍ଟ କର୍ପୋରେସନର କୋ-ଫାଉଣ୍ଡର ଏବଂ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ବିଲ ଗେଟସଙ୍କ ସହ ଭେଟି ମଲ୍ଲିକା ଖୁବ ଖୁସି । ମଲ୍ଲିକା ଏହି ଫୋଟକୁ ସେୟାର କରି ଲେଖିଛନ୍ତି ଯେ, ପାର୍ଟିରେ ସେ ବିଲ୍ ଗେଟସଙ୍କ ସହ ନାରୀ ଶକ୍ତିକୁ ନେଇ ଆଲୋଚନା କରିଥିଲେ । କେବଳ ସେତିକି ନୁହେଁ ବିଲ ଗେଟ୍ସଙ୍କ ସହ କଥା ହୋଇ ସେ ଖୁବ୍ ଉତ୍ସାହିତ ଅନୁଭବ କରିଛନ୍ତି। ଇନଷ୍ଟାଗ୍ରାମରେ ମଲ୍ଲିକାଙ୍କର ୧.୪ ମିଲିୟନ ଫଲୋଅର୍ସ ଅଛନ୍ତି।