ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜିବନୀ ଉପରେ ଆଉ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ନାମ ମନ ବୈରାଗୀ ରଖାଯାଇଛି। ଏହି ଫିଲ୍ମ ମହାବୀର ଜୈନ ଏବଂ ସଞ୍ଜୟ ଲୀଲା ଭଂସାଲୀ ପ୍ରଡ୍ୟୁସ୍ କରୁଛନ୍ତି। ସଞ୍ଜୟ ତ୍ରିପାଠୀ ଏହି ଫିଲ୍ମ ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି। ଚଳିତ ବର୍ଷର ଶେଷ ସୁଦ୍ଧା ଏହି ଫିଲ୍ମ ରିଲିଜ ହେବାର ସମ୍ଭାବନା ରହିଛି।
ତେବେ କିଛି ଦିନ ପୂର୍ବରୁ ମୋଦୀଙ୍କ ଜିବନୀ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରିଲିଜ ହୋଇଥିଲା। ଏହି ଫିଲ୍ମରେ ବିବେକ ଓବରୟ ମୁଖ୍ୟ ଭୂମିକାରେ ଥିଲେ। ଏହାକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କୁ ମିକ୍ସ ପ୍ରତିକ୍ରିୟା ମିଳିଥିଲା। ଫିଲ୍ମ ୨୩କୋଟି ବ୍ୟବସାୟ କରିଥିଲା।